Categories: ଖେଳ

ବିଦ୍ୟା ବାଲାନ୍‌ଙ୍କ ସହ ଡିନର୍‌ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୬।୧:ହିମାଚଳ ପ୍ରଦେଶ ତାମିଲନାଡୁକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଜୟ ହଜାରେ ଟ୍ରଫି ଜିତିଛି। ହିମାଚଳର ଏହି ବିଜୟର ମୁଖ୍ୟ ଷ୍ଟାର୍‌ ହେଉଛନ୍ତି ପ୍ରଶାନ୍ତ ଚୋପ୍ରା। ସେ ତାମିଲନାଡୁ, ସର୍ଭିସେସ୍‌, ଉତ୍ତରପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶର ବୋଲରମାନଙ୍କୁ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ଚକିତ କରିଥିଲେ। ପ୍ରଶାନ୍ତ ସେମିଫାଇନାଲରେ ୭୮ ରନର ଇନିଂସ ଖେଳିଥିଲେ। ଏହି ଟୁର୍ନାମେଣ୍ଟରେ ୭ଟି ମ୍ୟାଚରେ ଏହା ତାଙ୍କର ପଞ୍ଚମ ଅର୍ଦ୍ଧଶତକ ଥିଲା। ବିଜୟ ହଜାରେ ଟ୍ରଫିର ଏହି ସିଜନରେ ଓପନର୍‌ ପ୍ରଶାନ୍ତ ହାରାହାରି ୫୭ଟି ମ୍ୟାଚରେ ୪୫୬ ରନ ସଂଗ୍ରହ କରିଥିଲେ। ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ୫ ଟି ମ୍ୟାଚରେ ୧୪୮ ରନ ସ୍କୋର କରିଥିଲେ।
ଏକ ସାକ୍ଷାତକାରରେ ପ୍ରଶାନ୍ତ ତାଙ୍କ କ୍ୟାରିୟର, ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ। ସେ ଟେଷ୍ଟ କ୍ରିକେଟକୁ ଭଲ ପାଆନ୍ତି ଏବଂ ତାଙ୍କର ପ୍ରିୟ କ୍ରିକେଟର ହେଉଛନ୍ତି ସଚିନ ତେନ୍ଦୁଲକର ଏବଂ ମାଷ୍ଟର ବ୍ଲାଷ୍ଟର ହେତୁ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବାକୁ ଚାହାଁନ୍ତି। ସେ ଏମଏସ ଧୋନୀଙ୍କୁ ସବୁ ସମୟର ଶ୍ରେଷ୍ଠ ଅଧିନାୟକ ବୋଲି କହିଥିଲେ। ପ୍ରଶାନ୍ତ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସହ ଡିନର୍‌ ଡେଟ୍‌ରେ ଯିବାକୁ ଚାହୁଁଥିବା କହିଛନ୍ତି।

Share