Categories: ଖେଳ

ଭାରତକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

ଦୁବାଇ,୩୧।୧୦: ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଯିବ। ଉଭୟ ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ପାକିସ୍ତାନ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ୧୦ ଉଇକେଟ ଏବଂ କେନ ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ମ୍ୟାଚ ପୂର୍ବରୁ କିୱି ବୋଲର ଟ୍ରେଣ୍ଟ ବୋଲ୍ଟ ଭାରତକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଭାରତ ବିପକ୍ଷରେ ପାକିସ୍ତାନ ପେସର୍‌ ଶାହିନ ଆଫ୍ରିଦିଙ୍କ ଭଳି ପ୍ରଦର୍ଶନ କରିବାକୁ ମୁଁ ଆଶାବାଦୀ। ତେଣୁ ଭାରତକୁ ସତର୍କ ରହିବାକୁ ପଡିବ। କିନ୍ତୁ ଭାରତୀୟ ଅଧିନାୟକ ବିରାଟ କୋହଲି ବୋଲ୍ଟଙ୍କୁ ତାଙ୍କ ଆକ୍ରମଣାତ୍ମକ ଶୈଳୀରେ ପ୍ରତିକ୍ରିୟା ଦେଇଛନ୍ତି। କୋହଲି କହିଛନ୍ତି, ‘ଆମେ ଭଲ ବୋଲରଙ୍କ ବିପକ୍ଷରେ ଯିବୁ। ଯଦି ଟ୍ରେଣ୍ଟ ବୋଲ୍ଟ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶାହିନ ଆଫ୍ରିଦିଙ୍କ ଭଳି ପ୍ରଦର୍ଶନ କରିବାକୁ ଆଗ୍ରହୀ, ତେବେ ଆମେ ତାଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ।
ଆଇପିଏଲରେ ବୋଲ୍ଟଙ୍କର ବହୁତ ଭଲ ପ୍ରଦର୍ଶନ ଥିଲା। ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି। ଟିମ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ଟି -୨- ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରିପାରି ନାହିଁ। ଟି -୨୦ ବିଶ୍ୱକପରେ ଦୁଇ ଦେଶ ମଧ୍ୟରେ ଦୁଇଟି ମ୍ୟାଚ ହୋଇଛି, ଦୁଇ ଥର ଯାକ କିୱି ଦଳ ଜିତିଛି। ଭାରତୀୟ ଦଳ କିୱି ଦଳ ବିପକ୍ଷ ମ୍ୟାଚ ଜିତି ଇତିହାସ ପରିବର୍ତ୍ତନ କରିବାକୁ ଚାହୁଁଛି।

Share