ଲଣ୍ଡନ,୩୦ା୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ରେ ଭାରତକୁ ନ୍ୟୁଜିଲାଣ୍ଡ ୮ ଉଇକେଟ୍ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି। ଏହି ମ୍ୟାଚର ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡ ସ୍କୋର ପିଛା କରୁଥିବା ସମୟରେ ଦ୍ରୁତ ବୋଲର କାଇଲ ଜାମିସନ ଏବେ ଟେନସନ ଏବଂ ନର୍ଭସେସ ଥିଲେ ଯେ ସେ ବାଥରୁମରେ ଲୁଚିବାକୁ ବାଧ୍ୟ କରିଥିଲା। ଡବ୍ଲୁଟିସି ଫାଇନାଲରେ ସାତ ଉଇକେଟ ନେଇ ମ୍ୟାନ୍ ଅଫ ଦ ମ୍ୟାଚ ହୋଇଥିବା ଜାମିସନ ଡ୍ରେସିଂ ରୁମରେ ବସି ଟିଭିରେ ମ୍ୟାଚ ଦେଖୁଥିଲେ, କିନ୍ତୁ ସେତେବେଳେ ସେ ବହୁତ ନର୍ଭସ ଥିଲେ। ଏକ ସାକ୍ଷାତକାରରେ କହିଛନ୍ତି, ମ୍ୟାଚକୁ ବିଚାରକୁ ନେଇ କ୍ରିକେଟର ଏହା ସବୁଠାରୁ କଠିନ ପର୍ଯ୍ୟାୟ ଥିଲା। ଆମେ ଭିତରେ ବସି ଟିଭିରେ ଦେଖୁଥିଲୁ। ଟେଲିଭିଜନରେ ସିଧା ପ୍ରସାରଣ ଟିକିଏ ବିଳମ୍ବ ହେଲା (କିଛି ସେକେଣ୍ଡ)। ପଡ଼ିଆରେ ଉପସ୍ଥିତ ଭାରତୀୟ ଦର୍ଶକମାନେ ପ୍ରତ୍ୟେକ ବଲରେ ଉଇକେଟ ଯିବା ଭଳି ଶବ୍ଦ କରୁଥିଲେ। ତେବେ ଏହା ଏକ ରନ କିମ୍ବା ଡଟ ବଲ ଥିଲା। ଅଧିନାୟକ କେନ ୱିଲିୟମସନ ଏବଂ ଅଭିଜ୍ଞ ରସ ଟେଲର ନ୍ୟୁଜିଲାଣ୍ଡକୁ ଆଠ ଉଇକେଟ ବିଜୟ ଦେଇଥିଲେ। ଏହା ଦେଖିବାକୁ ବହୁତ କଷ୍ଟସାଧ୍ୟ ଥିଲା। କିଛି ସମୟ ପାଇଁ ଏଥିରୁ ଦୂରେଇ ବାଥ୍ରୁମ୍ରେ ଥିଲି। କାରଣ ସେଠାରେ କୌଣସି ଶବ୍ଦ ହେ ନ ଥିଲା ବୋଲି ସେ କହିଛନ୍ତି।