Categories: ଖେଳ

ଦାନ ଦେଇ ଟ୍ରୋଲ୍‌ ହେଲେ ଏହି କ୍ରିକେଟର୍‌

ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗକୁ ଆସିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା। ଉଭୟଙ୍କର ଉଦ୍ଦେଶ୍ୟ ହେଉଛି ଟଙ୍କା ସଂଗ୍ରହ କରିବା ଲୋକଙ୍କୁ ସହାୟତା କରିବା। ସେ ସମସ୍ତଙ୍କୁ ଏଥିରେ ଯୋଗଦାନ କରିବାକୁ ନିବେଦନ କରିଥିଲେ। ଏହା ପରେ ଭାରତର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ ମଧ୍ୟ ସାହାଯ୍ୟ କରିବାକୁ ଆସି ୯୫ ହଜାର ଟଙ୍କା ଦାନ କରିଥିଲେ। କିନ୍ତୁ ଜଣେ ବଡ କ୍ରିକେଟର ହେତୁ ଲୋକମାନେ ତାଙ୍କଠାରୁ ଅଧିକ ଆଶା କରୁଥିଲେ। କିନ୍ତୁ ସେ ମାତ୍ର ୯୫ ହଜାର ଟଙ୍କା ଦେଇଥିବାରୁ ଏହା ଉପରେ କିଛି ୟୁଜର୍ସ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରିଥିଲେ। ଜଣେ ୟୁଜର୍ସ କହିଛନ୍ତି ଚହଲ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି କିନ୍ତୁ ୯୫ ହଜାର ଟଙ୍କା ଦେବା ଲଜ୍ଜାଜନକ।
ବିରାଟ ଏବଂ ଅନୁଷ୍କା କିଟୋ ଜରିଆରେ ଟଙ୍କା ସଂଗ୍ରହ ପାଇଁ ଏକ ଅଭିଯାନ ଚଳାଉଛନ୍ତି। ଏହାର ଅର୍ଜରାଶି ଏସିଟି ଗ୍ରାଣ୍ଟ୍‌ସକୁ ଦିଆଯିବ। ଏସିଟି ଗ୍ରାଣ୍ଟ୍‌ସ ଅମ୍ଳଜାନ ଏବଂ ଅନ୍ୟାନ୍ୟ ଚିକିତ୍ସା ସୁବିଧା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରେ। ୭ ଦିନିଆ ଅଭିଯାନ ପାଇଁ ବିରାଟ-ଅନୁଷ୍କା ଦୁଇ କୋଟି ଟଙ୍କା ଦାନ କରିଛନ୍ତି। ଏହି ସମୟରେ ବିରାଟ କୋହଲି ସୂଚନା ଦେଇଛନ୍ତି ଯେ ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ୩.୬ କୋଟି ଟଙ୍କା ସଂଗ୍ରହ କରାଯାଇଛି।

Share