Categories: ଖେଳ

ଜଣଙ୍କ ସହ ୪ ବର୍ଷ ଲିଭ୍‌-ଇନ୍‌ ରିଲେସନ୍‌ଶିପରେ ରହି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଏହି କ୍ରିକେଟର

ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ଯଦିଓ ସେ କ୍ରିକେଟକୁ ଅଲବିଦା କହିସାରିଛନ୍ତି କିନ୍ତୁ ତାଙ୍କ ବ୍ୟାଟିଂ କ୍ରେଜ୍‌ ଆଜିବି ଅଭୁଲା ହୋଇ ରହିଛି। କ୍ରିକେଟରେ ଯେତିକି ଲୋକପ୍ରିୟ, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ଖାସ ଭାବେ ବଲିଉଡ ଅଭିନେତ୍ରୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା ହେଉଥିଲା। ଫିଲ୍ମ ‘ମହବତେ’ ଅଭିନେତ୍ରୀ କିମ ଶର୍ମାଙ୍କ ନାମ ଯୁବରାଜଙ୍କ ସହ ଯୋଡ଼ି ହୋଇଥିଲା। ଏହି ଯୋଡିକୁ ନେଇ ଉକ୍ତ ସମୟରେ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଥିଲା। ପାଖାପାଖି ୪ ବର୍ଷ ଲିଭ-ଇନ୍‌ରେ ରହିବା ପରେ ୨୦୦୭ରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। କୁହାଯାଏ, ଯୁବରାଜଙ୍କ ମା’ ଶବନମ କିମଙ୍କୁ ପସନ୍ଦ କରୁ ନ ଥିଲେ। ତେଣୁ ମା’ଙ୍କ କଥା ମାନି ଯୁବରାଜ କିମଙ୍କଠାରୁ ଦୂରେଇ ଯାଇଥିଲେ।

Share