Categories: ଖେଳ

ଖୁବ୍‌ଶୀଘ୍ର ସୁସ୍ଥ ହୋଇ ପଡ଼ିଆକୁ ଫେରିବେ ଏହି କ୍ରିକେଟର

ନୂଆଦିଲ୍ଲୀ,୩ା୫: ଆର୍‌ସିବି ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। କାରଣ ଭାରତୀୟ କ୍ରିକେଟର ରଜତ ପଟିଦାର ସଫଳତାର ସହ ତାଙ୍କର ଅସ୍ତ୍ରୋପଚାର କରାଇଛନ୍ତି। ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ହିଟର ରଜତ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାର ପରେ ରଜତ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି।

ଏଥିରେ ସେ କ୍ୟାପ୍‌ଶନ ଲେଖିଛନ୍ତି, ମୋର ନିକଟରେ ଆଘାତ ଲାଗି ଅସ୍ତ୍ରୋପଚାର କରାଯାଇଥିଲା। ଯାହା ମୋତେ କିଛି ସମୟ ପାଇଁ ହଇରାଣ କରୁଥିଲା, କିନ୍ତୁ ମୁଁ ଖୁସି ଯେ, ମୁଁ ଧିରେ ଧିରେ ସୁସ୍ଥ ହେଉଛି। ଆପଣମାନଙ୍କର ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ମୁଁ ପଡ଼ିଆକୁ ଫେରିବାକୁ ଅପେକ୍ଷା କରିଛି। ଶୀଘ୍ର ଫେରିବି॥

ଏହି ପୋଷ୍ଟରେ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ପଡ଼ିଆକୁ ଫେରିବା ପାଇଁ କାମନା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଶୀଘ୍ର ଭଲ ହୁଅ। ଏଥିସହିତ, ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ତୁମେ ଶୀଘ୍ର ଭଲ ହୋଇ ପଡ଼ିଆକୁ ଆସିବ। ତୁମେ ଭାରତର ଚତୁର୍ଥ ସ୍ଥାନରେ ଭଲ ପ୍ରଦର୍ଶନ କରିପାରିବ।

କହିରଖୁଛୁ,ଆଇପିଏଲର ଶେଷ ସିଜିନର ୮ ଇନିଂସରେ ପଟିଦାର ବାଙ୍ଗାଲୋର ପାଇଁ ହାରାହାରି ୫୫.୫୦ ପ୍ରତିଶତରେ ୩୩୩ ରନ୍‌ ସ୍କୋର କରିଥିଲେ। ଏହି ସିଜନରେ ବିଜୟ ବୈଶାଖଙ୍କୁ ତାଙ୍କ ସ୍ଥାନରେ ଆରସିବି ଦଳରେ ସାମିଲ କରାଯାଇଛି।

Share