Categories: ଖେଳ

ନିଲାମର କିଛି ଘଣ୍ଟା ପୂର୍ବରୁ ନାଁ ଫେରାଇ ନେଲେ ଏହି କ୍ରିକେଟର୍‌

ଚେନ୍ନାଇ,୧୮।୨: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ପାଇଁ ଆଜି ଚେନ୍ନାଇରେ ନିଲାମ ପ୍ରକ୍ରିୟା ହେବ। ଏହାର କିଛି ଘଣ୍ଟା ପୂର୍ବରୁ ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍‌ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଚେନ୍ନାଇରେ ନିଲାମ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜ୍‌ଗୁଡିକୁ ଏନେଇ ଅବଗତ କରାଯାଇଛି। ଆଇପିଏଲ ୨୦୨୧ ନିଲାମରେ ଉଡ୍‌ଙ୍କୁ ଦୁଇ କୋଟି ଟଙ୍କା ମୂଲ୍ୟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଆଶା କରାଯାଉଥିଲା ଯେ ଏଥର ତାଙ୍କୁ ନିଲାମରେ ବିପୁଳ ମୂଲ୍ୟରେ କିଣାଯିବ। କିନ୍ତୁ ଏହାପୂର୍ବରୁ ସେ ନିଲାମରୁ ନିଜକୁ ଦୂରେଇ ରଖିଥିଲେ। ସୂଚନାଯୋଗ୍ୟ, ମାର୍କ ପରିବାର ସହିତ ସମୟ ବିତାଇବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ମାର୍କଙ୍କୁ ବିଶ୍ରାମ ଦିଆଯାଇଥିଲା। କିନ୍ତୁ ସିରିଜର ଅବଶିଷ୍ଟ ଦୁଇଟି ଟେଷ୍ଟ ଏବଂ ସୀମିତ ଓଭର ସିରିଜ ପାଇଁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ଚେନ୍ନାଇରେ ଆଇପିଏଲ ପାଇଁ ନିଲାମରେ କେବଳ ୧୬ ଜଣ ଇଂଲଣ୍ଡ ଖେଳାଳି ନିଲାମ ହେବେ। ଏଥିରେ ଡେଭିଡ ମଲାନ, ଆଲେକ୍ସ ହେଲ୍ସ, ମୋଇନ ଅଲି, ଜେସନ ରଏ, ଆଦିଲ ରସିଦ ଭଳି ଖେଳାଳି ଅନ୍ତର୍ଭୁକ୍ତ ଅଛନ୍ତି।

 

Share