ତେଲୁଗୁ ଅଭିନେତ୍ରୀଙ୍କ ସହ ଭାଇରାଲ ହେଉଛି ଏହି କ୍ରିକେଟରଙ୍କ କ୍ୟୁଟ୍‌ ଚାଟ୍‌

ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ କେକେଆର ପାଇଁ ଭେଙ୍କଟେଶ ଆୟର୍‌ ଖେଳିବା ଆରମ୍ଭ କରିଥିଲେ । ଆଉ ଖେଳିବାର ଖୁବ କମ ସମୟରେ ସେ ବେଶ ପ୍ରସିଦ୍ଧ ମଧ୍ୟ ହୋଇଗଲେଣି । ଭେଙ୍କଟେଶ ସୋସିଆଲ ମିଡିଆରେ ସେତେଟା ସକ୍ରିୟ ନ ଥିଲେ ମଧ୍ୟ ସାଉଥ୍‌ ଅଭିନେତ୍ରୀ ପ୍ରିୟଙ୍କା ଜୱାଲକରଙ୍କ ଏକ ପୋଷ୍ଟରେ କମେଣ୍ଟ ଦେବା ପରଠୁ ସେ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଚାର୍ଟ ଏବେ ଭାଇରାଲ ହେବାରେ ଲାଗିଛି। ପ୍ରିୟଙ୍କା ୨୦୧୭ରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ସେ ୪ଟି ସାଉଥ୍‌ ଫିଲ୍ମରେ ଅଭିନୟ କରିଛନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କା ବହୁତ ସକ୍ରିୟ । ପ୍ରିୟଙ୍କା ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିବା ବେଳେ ଭେଙ୍କଟେଶ କମେଣ୍ଟରେ କ୍ୟୁଟ୍‌ ବୋଲି ଲେଖିଛନ୍ତି। ପ୍ରିୟଙ୍କା ଏହି କମେଣ୍ଟରେ ଲେଖିଥିଲେ, ‘କିଏ ତୁମେ?’ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଏହି ଚାଟ୍‌କୁ ବହୁତ ପସନ୍ଦ କରିଥିଲେ । କିଛି ୟୁଜର୍ସ ଏପରିି ଲେଖିଛନ୍ତି ଯେ, ଲାଗୁଛି ଯେ, ଦୁହିଁଙ୍କ ମଧ୍ୟରେ କିଛିଟା ଚାଲିଛି । ଭେଙ୍କଟେଶଙ୍କ ମନ୍ତବ୍ୟକୁ ୧୦ହଜାରରୁ ଅଧିକ ୟୁଜର୍ସ ଲାଇକ୍‌ କରିଥିବା ବେଳେ ଏବଂ ପ୍ରାୟ ୨୦୦୦ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ।