ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ମୁଖ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍ କରି ୭ ଲକ୍ଷ ଟଙ୍କା ଠକେଇ ମାମଲାରେ ନାଇଜେରିଆ ଲିଙ୍କ ଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ବାଙ୍ଗାଲୋରରେ ରହି ଉକ୍ତ ହ୍ୟାକର ଅପରେଟ୍ କରୁଥିଲେ। ଏହି ଗ୍ୟାଙ୍ଗର ମୁଖ୍ୟ ଚେମେଲିୟନ ଇମାନୁଏଲ ଆନିବେତାଳୁଙ୍କୁ ନଭେମ୍ବର ୧ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ଏବେ ଦିଲ୍ଲୀ ପୋଲିସ ସହ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରିଛି । ବେଙ୍ଗାଲୁରୁରୁ ଅଭିଯୁକ୍ତକୁ ଧରିବା ପାଇଁ ଦିଲ୍ଲୀ ପୋଲିସ ସହ କ୍ରାଇମବ୍ରାଞ୍ଚ ଯୋଗାଯୋଗରେ ଅଛି । ଦିଲ୍ଲୀ ସାଇବର ୟୁନିଟ ସହ ଯୋଗାଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଟିମ ବାଙ୍ଗାଲୋର ଯିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ବୁଧବାର ସୂଚନା ଦେଇଛନ୍ତି ।