Categories: ଜାତୀୟ

ଡାକ୍ତର ହତ୍ୟାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ୍‌

କୋଲାମ, ୧୩ା୫ (ପି.ଟି.): କେରଳ କୋଲାମ ଜିଲାର ୨୩ ବର୍ଷୀୟା ମହିଳା ଡାକ୍ତର ବନ୍ଦନା ଦାସଙ୍କୁ ଚିକିତ୍ସାଧୀନ ରୋଗୀ ହତ୍ୟା କରିବା ଘଟଣାର ତଦନ୍ତ ଦାୟିତ୍ୱ ଜିଲା କ୍ରାଇମ ବ୍ରାଞ୍ଚ୍‌ ନେଇଛି। ଆଜିଜିଆ ମେଡିକାଲ କଲେଜ ହସ୍ପିଟାଲର ହାଉସ ସର୍ଜନ ବନ୍ଦନା ତାଙ୍କ ପ୍ରଶିକ୍ଷଣର ଅଂଶ ସ୍ବରୂପ କୋଟ୍ଟରାକାରା ତାଲୁକ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ବୁଧବାର ଭୋର ସମୟରେ ପୋଲିସ ଆଣିଥିବା ଜଣେ ଅଭିଯୁକ୍ତଙ୍କୁ ବନ୍ଦନା ଚିକିତ୍ସା କରୁଥିବାବେଳେ ସେ ତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ଡାକ୍ତରଙ୍କୁ ହତ୍ୟା ବ୍ୟବସ୍ଥାଗତ ବିଫଳତାର ପରିଣାମ ବୋଲି ଗୁରୁବାର କେରଳ ହାଇକୋର୍ଟ କହିଥିଲେ। ଅଭିଯୁକ୍ତ ଜି. ସନ୍ଦୀପ ପେସାରେ ଜଣେ ଶିକ୍ଷକ। ତାଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିବାବେଳେ ଜିଲା କ୍ରାଇମ ବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Share