Categories: ଜାତୀୟ

ଆପରାଧିକ ପ୍ରକ୍ରିୟା (ପରିଚୟ) ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୫।୪: ଆପରାଧିକ ପ୍ରକ୍ରିୟା (ପରିଚୟ) ବିଲ୍‌, ୨୦୨୨ ସୋମବାର ଲୋକ ସଭାରେ ଧ୍ୱନିମତରେ ଗୃହୀତ ହୋଇଛି। ଏହି ବିଲ୍‌ ପୋଲିସ ଓ ତଦନ୍ତକାରୀ ଅଧିକାରୀମାନଙ୍କୁ ଅପରାଧୀଙ୍କଠାରୁ ଦୁଇପାଦ ଆଗରେ ରଖିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଥିଲେ। ବିରୋଧୀ ଦଳଗୁଡ଼ିକ ବିଲ୍‌କୁ ବିରୋଧ କରିବା ସହ ମାନବାଧିକାର ପ୍ରସଙ୍ଗ ଉଠାଇଥିଲେ। ଅନ୍ୟପକ୍ଷରେ ଏହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଆଇନ ଶୃଙ୍ଖଳାକୁ ମଜଭୁତ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଚିଠା ବିଧେୟକରେ ମାନବୀୟ ଏବଂ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଥିବା ଶାହା କହିଛନ୍ତି। ପ୍ରସ୍ତାବିତ ଆଇନ ପୋଲିସକୁ ଅପରାଧୀ ଓ ଅଭିଯୁକ୍ତମାନଙ୍କ ଶାରୀରିକ ଓ ଜୈବିକ ନମୁନା ସଂଗ୍ରହ କରିବା ଲାଗି କ୍ଷମତା ପ୍ରଦାନ କରିବ।

Share