ସହରୀକରଣ ଓ ରୋଜଗାର ସଙ୍କଟ

ଡ. ଲକ୍ଷ୍ମଣ ସାହୁ

ଦେଶରେ ବସବାସ କରୁଥିବା ପ୍ରତ୍ୟେକ ଲୋକ ସହର ମୁହାଁ ହେବାକୁ ଚାହାନ୍ତି। ଗ୍ରାମ୍ୟ ଜୀବନର ଅସ୍ବାସ୍ଥ୍ୟକର ସ୍ବାସ୍ଥ୍ୟ, ଶିକ୍ଷା ପରିବେଶ, କର୍ମ ଯୋଗାଣ ଅବହେଳାରେ ଅତିଷ୍ଠ ହୋଇ ସେମାନେ ସହରାଞ୍ଚଳ ପ୍ରତି ଆକୃଷ୍ଟ ହୋଇପଡ଼ିବା ସ୍ବାଭାବିକ। ଏକ୍ଷେତ୍ରରେ ସହରର ବିକାଶ ଗୁରୁତ୍ୱ ବହନ କରେ। ଦେଶରେ ବାସ କରୁଥିବା ଜନସଂଖ୍ୟା ଦୃଷ୍ଟିକୋଣରୁ ସହରୀକରଣର ସର୍ବାଙ୍ଗୀନ ଉନ୍ନତି ଦାବି କରାଯାଇପାରେ; ଯାହା ଦ୍ବାରା ହେବାକୁ ଥିବା ସହରର ସମସ୍ତ ପରିବର୍ତ୍ତନ ସହରର ସ୍ଥିତିକୁ ପ୍ରଭାବିତ କରିପାରିବ । କିନ୍ତୁ ସେହି ସହରଗୁଡ଼ିକ କିପରି ଓ ସେଗୁଡ଼ିକର ନିର୍ମାଣର କଳା କୌଶଳର ରୂପରେଖ କ’ଣ ହେବା ଆବଶ୍ୟକ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ପାରିନାହିଁ କି କୌଣସି ସ୍ପଷ୍ଟ ଚିତ୍ର ଦିଆଯାଇନାହିଁ। ଅବଶ୍ୟ, ସ୍ମାର୍ଟ ସିଟି ପରି ଏହି ପ୍ରକଳ୍ପଗୁଡ଼ିକୁ ଦେଶରେ ପ୍ରୋତ୍ସାହିତ କରାଯାଇଛି। ବାସ ଉପଯୋଗୀ ବାସଗୃହ ନିର୍ମାଣ ଦିଗରେ ନିକଟରେ ଏହି ପ୍ରକଳ୍ପ ଉପରେ କେବଳ ଦୃଷ୍ଟି ଦିଆଯାଇଛି, ଯାହା କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି। ଏହି ସୂଚନାରେ ଦର୍ଶାଇ ଦିଆଯାଇଛି ଯେ, ଅଧିକାଂଶ ଉତ୍ତର ଭାରତୀୟ ସହର ଜୀବନଯାପନରେ ଅବହେଳାର ଶିକାର ହୋଇଛନ୍ତି। କିନ୍ତୁ ଦକ୍ଷିଣ ଭାରତୀୟ ଗଠିତ ସହରର ଜନଜୀବନ ପ୍ରଣାଳୀ ଏକ ଆଶା ବଢାଇଛି। ଜୀବନ ସହ ଜଡିତ ଏହି ସୂଚନା ଦ୍ୱାରା ଦେଶର ସହରଗୁଡ଼ିକର ବର୍ଗ ସ୍ବଚ୍ଛତା ଏବଂ ଅନ୍ୟାନ୍ୟ ସୁବିଧା ଆଧାରରେ ନିର୍ଣ୍ଣୟ କରାଯାଇଛି। ଏହାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆଧାର ରଖାଯାଇଛି।
ତନ୍ମଧ୍ୟରୁ ଗୋଟିଏ ଶ୍ରେଣୀକରଣରେ ଦିଲ୍ଲୀ, କାନପୁର, ଲୁଧିଆନା, ବାଙ୍ଗାଲୋର, ପୁଣେ ଏବଂ ଅହମ୍ମଦାବାଦ ଭଳି ଏକ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଅନ୍ତର୍ଭୁକ୍ତ ହୋଇଛି। ଦ୍ୱିତୀୟରେ, ଏକ ମିଲିୟନରୁ କମ୍‌ ସହରଗୁଡ଼ିକ ବଛାଯାଇଛି। ସେ ସବୁ ସହରଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ଏବଂ ସୁବିଧାକୁ ଗ୍ରହଣ କରି ବଣ୍ଟନ କରାଯାଇଛି। ଏହି ସହରଗୁଡ଼ିକର ଜୀବନ ଧାରଣରେ ବାସ୍ତବତା କ’ଣ ତାହା ସ୍ଥିର କରିବାକୁ ଚେଷ୍ଟା କରାଯାଇଥିଲା। ଆକଳନରୁ ଜଣାପଡ଼ିଛି ଯେ, ବାଙ୍ଗାଲୋର, ପୁଣେ ଏବଂ ଅହମଦାବାଦ ଦେଶର ସର୍ବୋତ୍ତମ ସହର ମଧ୍ୟରେ ରହିଛି। ଶିମଲା, ଭୁବନେଶ୍ୱର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ସ୍ଥାନ ପାଇଛନ୍ତି। ଏହା ମଧ୍ୟ ଏକ ଆଧାରିତ ମୂଲ୍ୟାଙ୍କନ ଦ୍ୱାରା ପ୍ରକାଶ କରାଯାଇଛି। ପରିସ୍ଥିତି ଏପରି ହୋଇଛି ଯେ, ଜୀବନଧାରଣ ଦୃଷ୍ଟିରୁ ବାଙ୍ଗାଲୋର ବଡ଼ ସହର ତାଲିକାରେ ଶୀର୍ଷରେ ରହିଥାଇପାରେ, କିନ୍ତୁ ଗୁଣବତ୍ତା ଦୃଷ୍ଟିରୁ ଚେନ୍ନାଇ ଓ ମୁମ୍ବାଇକୁ ଉନ୍ନତ ସହର ଭାବେ ନିର୍ଣ୍ଣୟ କରାଯାଇଛି। ପାରାମିଟର ଦ୍ୱାରା ସହରଗୁଡ଼ିକର ଗୁଣବତ୍ତା ବିଚାର କରାଯାଇ ସହରଗୁଡ଼ିକ ବଛାଯାଇଛି। ଶସ୍ତା ଘର, ବିଶୁଦ୍ଧ ଜଳ, ଆଲୋକ, ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ ହେବା ବ୍ୟତୀତ, ସୁରକ୍ଷା ଏବଂ ମନୋରଞ୍ଜନ ସୁବିଧା ପାଇଁ ଲୋକଙ୍କ ସହଜ ସୁବିଧା ଦର୍ଶାଉ ଥିବା ସହର ବାସ କରିବା ଉପଯୋଗୀ ଭାବେ ଦର୍ଶାଯାଇଛି।
କୁହାଯାଉଛି ଯେ, ୨୦୨୮ ସୁଦ୍ଧା ଦେଶରେ ସର୍ବାଧିକ ଜନସଂଖ୍ୟା-ଘନତା ରହିବ। ତାହା ହେଉଛି, ଆଗାମୀ ଛଅ-ସାତ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଭାରତ ଚାଇନା ସହିତ ସମକକ୍ଷ ହୋଇପାରିବ। କାରଣ ସେତେବେଳକୁ ଯଦି ଚାଇନା ଜନସଂଖ୍ୟା ହ୍ରାସ ସମୟ ଆରମ୍ଭ ହୋଇଯିବ ଏବଂ ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ। ଜନସଂଖ୍ୟା ଦୃଷ୍ଟିରୁ ଚାଇନା ପଛକୁ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ହୋଇଥିଲେ ମଧ୍ୟ ଚାଇନା ଆପାତତଃ ତା’ର ଜନସଂଖ୍ୟାକୁ ନିୟନ୍ତ୍ରଣ କରିଥିବା ବେଳେ ଭାରତ ସେହି ମାତ୍ରାରେ ସଫଳ ହୋଇନାହିଁ। ଜନସଂଖ୍ୟା ବୃଦ୍ଧି ଅର୍ଥନୈତିକ ଅଭିବୃଦ୍ଧିକୁ ପଙ୍ଗୁ କରି ଦେଇଛି। ମୁଣ୍ଡପିଛା ଆୟ ସମାନୁପାତିକ ଭାବେ ବୃଦ୍ଧି ନ ହେବା ଫଳରେ ଦାରିଦ୍ର୍ୟ ଦେଖାଦେଉଛି।
ଏସବୁ ମୂଲ୍ୟାଙ୍କନକୁ ଆଧାର କରି ମିଳିତ ଜାତିସଂଘର ଜନସଂଖ୍ୟା ରିପୋର୍ଟ ଦୃଷ୍ଟିରେ ରଖି ଭାରତର ସହରୀକରଣକୁ ଉତ୍ସାହିତ କରାଯାଇଛି। କିନ୍ତୁ ଏହି ପରିବର୍ତ୍ତନ ସରକାର ଏବଂ ଯୋଜନାକାରୀମାନେ କୌଣସି ଜ୍ଞାନକୌଶଳ ବିଶେଷଜ୍ଞଙ୍କଠାରୁ ଗ୍ରହଣ କରିବା ଅପରିହାର୍ଯ୍ୟ। କିନ୍ତୁ ତାହା କରାଯାଉ ନାହିଁ; ଫଳରେ ପରିସ୍ଥିତି ଏପରି ହେଉଛି ଯେ ଦେଶର ଅଧିକାଂଶ ସହର ଅନିୟନ୍ତ୍ରିତ ହେଉଛିି। ଏ ସମ୍ପର୍କରେ ୨୦୧୮ରେ, ବିଶ୍ୱ ବ୍ୟାଙ୍କର ଆଉ ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଭାରତରେ ସହରୀକରଣର ବହୁତ ଅଂଶ ଗୁପ୍ତ ଏବଂ ଅବିଶ୍ୱାସ ଭିତରେ ପ୍ରସ୍ତୁତ କରାଯାଉଛି। ଏସବୁ ଭୁଲ୍‌ ତଥ୍ୟଗତ ପ୍ରମାଣିତ ସହରୀକରଣକୁ ଅନ୍ଧ ଭାବରେ ଗ୍ରହଣ କରିନେବା ଠିକ୍‌ ନୁହେଁ। କାରଣ ଏହା ଦେଶକୁ ଏପରି ଦିଗକୁ ନେଉଛି, ଯେଉଁଥିରେ ସହରଗୁଡ଼ିକର ଅଭାବନୀୟ ଚିତ୍ର ଦେଖାଯାଉଛି; ଯାହା ଅଳିଆ ଗଦାରେ ପରିପୂର୍ଣ୍ଣ ରହୁଛି। ଅନେକ ସମୟରେ ଭୂକମ୍ପ ଯୋଗୁ ଅସଂଖ୍ୟ ଅଟ୍ଟାଳିକା ଭୂତଳଗାମୀ ହେବା ସହିତ ବହୁ ଧନଜୀବନ କ୍ଷୟକ୍ଷତି ହେବାର ପ୍ରମାଣ ରହିଛି। ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ ଗ୍ଲୋବାଲ୍‌ ଲାଇଭଲିନ୍ସ ଇଣ୍ଡେକ୍ସ ୨୦୧୯ରେ ସହରଗୁଡ଼ିକରେ ଜୀବନ ଶୈଳୀରେ ଉନ୍ନତି ଆଣିବା ଆବଶ୍ୟକତାର ଏକ ସୂଚନା ଦେଇଥିଲା। ଏହା ପରିବେଶ, ସଂସ୍କୃତି, ସୂଚନାନୁସାରେ ସହରଗୁଡ଼ିକର ମୂଲ୍ୟାଙ୍କନ,ସ୍ବାସ୍ଥ୍ୟ ସୁବିଧା, ଶିକ୍ଷା, ଆଲୋକ, ପାନୀୟ ଜଳ ଏବଂ ଭିତ୍ତିଭୂମି ସୁବିଧା ଇତ୍ୟାଦିକୁ ପର୍ଯ୍ୟାୟଭୁକ୍ତ କରିଥିଲା।
ବିଶେଷଜ୍ଞଙ୍କ ଦ୍ୱାରା ସହରୀକରଣକୁ ପାଞ୍ଚଟି ପ୍ରମୁଖ ପାରାମିଟରରେ ରଖାଯାଏ। ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ପକ୍ଷରୁ ବିଶ୍ୱର ଏକ ଶହ ଚାଳିଶ ଦେଶର ପ୍ରମୁଖ ସହରର ମୂଲ୍ୟାଙ୍କନ କରି ଏହି ସୂଚକାଙ୍କ ପ୍ରକାଶ କରିଛି। ଏଥିରେ ଉଲ୍ଲେଖଅଛି ଯେ, ୨୦୧୯ରେ ଏହି ସୂଚକାଙ୍କରେ ଭାରତର ମନୋନୀତ ସହରଗୁଡ଼ିକର ଅବସ୍ଥା ଆହୁରି ବିଗଡ଼ି ଯାଇଥିଲା। ୨୦୧୮ ତୁଳନାରେ ଦିଲ୍ଲୀ ଏହି ସୂଚକାଙ୍କରେ ପୂର୍ବର ସ୍ଥାନଠାରୁ ବହୁତ ତଳକୁ ଖସି ଆସିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ବ୍ୟତୀତ ଅପରାଧ ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଇଛି। ସେହିଭଳି ମୁମ୍ବାଇ ମଧ୍ୟ ତଳକୁ ଖସି ଆସିଛି। ଏହାର କାରଣ ପରିବେଶ ସହିତ ସାଂସ୍କୃତିକ ଅବନତି ଘଟିବାର ଦର୍ଶାଇ ଦିଆଯାଇଛି। ସହରଗୁଡ଼ିକରେ ରୋଜଗାରର ଅଭାବ ଦେଖାଦେଇଛି। ଜନସଂଖ୍ୟା ବୃଦ୍ଧି ଯୋଗୁ ଚାଷ ଜମିର ଆକାର ହ୍ରାସ ପାଇବାରେ ଲାଗିଛି।
ରୋଜଗାର ସହିତ ସହରୀକରଣ ହେଉଛି ଦେଶର ବିକାଶ ପାଇଁ ପ୍ରଥମ ଆବଶ୍ୟକତା। କିନ୍ତୁ କରୋନା ଦ୍ୱାରା ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତିରେ ଏହି ସମୀକରଣଗୁଡ଼ିକ ଓଲଟା ହୋଇଛି। ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବ୍ୟତୀତ ସହରଗୁଡ଼ିକ ସ୍ବଚ୍ଛତା ଏବଂ ମୌଳିକ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ହୋଇପଡିଛି। ଫଳରେ ଗ୍ରାମରୁ ଏଠାକୁ ଆସୁଥିବା ଲୋକେ ସଙ୍କଟ ସମୟରେ ସବୁକିଛି ଛାଡ଼ି ଘରକୁ ଫେରିବାର ବିକଳ୍ପ ଗ୍ରହଣ କରିବାକୁ ବାଧ୍ୟ ହୁଅନ୍ତେ ନାହିଁ। ଏକ ସହର ନିର୍ମାଣ କରିବାର ଉଦ୍ଦେଶ୍ୟ କେବଳ ଭିତ୍ତିଭୂମି ସୁବିଧା ଆଧାରରେ ରହିବା ପାଇଁ ଏକ ଉତ୍ତମ ସ୍ଥାନ ହୋଇ ନ ପାରେ। ବରଂ ବର୍ତ୍ତମାନ ଅଧିକ ଆବଶ୍ୟକ ହେଉଛି ରୋଜଗାର, ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା। ଏହା ହେଉଛି ଏକ ମାନଦଣ୍ଡ, ଯେଉଁଥିରେ ବିଶେଷ ଭାବରେ ଉତ୍ତର ଭାରତୀୟ ସହରଗୁଡ଼ିକ ପଛରେ ଅଛନ୍ତି। ଏପର୍ଯ୍ୟନ୍ତ କେଉଁ ସହର କେତେ ଓ କେଉଁ ପ୍ରକାରର ନିଯୁକ୍ତି ସୁଯୋଗ ଯୋଗାଇ ପାରିବ ତାହା ସ୍ପଷ୍ଟ ହୋଇନାହିଁ।
– ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ, ମୋ:୯୦୪୦୧୫୧୪ ୭୫
Email: Laxmansahoo9040@gm


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri