Categories: ଫୁରସତ

ଭରାନଦୀରେ ହରିଣକୁ ଏପରି ଗୋଡ଼ାଇଲା କୁମ୍ଭୀର, ପରେ ଯାହା ଘଟିଲା ଭିଡିଓ ଦେଖିଲେ ଜାଣିବେ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ଭିଡିଓ ଦେଖିଲେ ଭୟରେ ଦେହ ଥରି ଉଠେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ କୁମ୍ଭୀର ଭରା ନଈରେ ହରିଣକୁ ଗୋଡ଼ାଉଛି। ଆଉ ତା’ ପରେ କ’ଣ ଘଟୁଛି ପୂରା ଭିଡିଓ ଦେଖିଲେ ଜାଣିପାରିବେ।

 

@TheFigen_ ନାମକ ଏକ ଆକାଉଣ୍ଟରେ ଏହି ଭିଡିଓଟି ଶେୟାର କରାଯାଇଛି। ଡିସେମ୍ବର ୨ରେ ପୋଷ୍ଟ ହୋଇଥିବା ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୩୯ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ଏଥି ସହିତ ବହୁ ସଂଖ୍ୟକ ୟୁଜର ମଧ୍ୟ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି। ଭିଡିଓରେ ଭ୍ୟୁ, କମେଣ୍ଟ ଏବଂ ରିପୋଷ୍ଟର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।

ଭିଡିଓ ଆରମ୍ଭରେ ଏକ ହରିଣ ପାଣିରେ ଡେଇଁପଡ଼ିଥିବାର ନଜର ଆସିଛି। କୁମ୍ଭୀରଟି ତାକୁ ଗୋଡ଼ାଉଛି। ଯେତେବେଳେ ହରିଣଟି ନଦୀ ମଧ୍ୟଭାଗରେ ପହଞ୍ଚେ, ସେତେବେଳେ ଏହା ଗାଧୋଉଥିବା ପରି ଦେଖାଯାଏ। ଅନ୍ୟପକ୍ଷରେ କୁମ୍ଭୀର ହରିଣକୁ ଆକ୍ରମଣ କରିବା ପାଇଁ ପ୍ରୟାସ ଜାରି ରଖିଛି। ଭିଡିଓ ଶେଷରେ ଦେଖାଯାଉଛି, କୁମ୍ଭୀରଟି ହରିଣ ଉପରେ ଆକ୍ରମଣ କରୁଛି କିନ୍ତୁ ହରିଣଟି ଦୌଡ଼ି ନଦୀ ପାର୍‌ ହୋଇ ପଳାଉଛି।

ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, ‘ଶିକାରୀଙ୍କ ବିରୋଧରେ ଏବଂ ସବୁ ଖର୍ଚ୍ଚରେ ବଞ୍ଚିବା ପାଇଁ ଏହା ଏକ ବଡ଼ ପ୍ରୟାସ।’ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଏକ ଆକ୍ସନ ଫିଲ୍ମ ପରି ଡ୍ରାମାଟିକ୍‌ ଏବଂ ଶେଷଟି ବହୁତ ଭଲ।’ ଅନ୍ୟ ଜଣେ ୟୁଜର କହିଛନ୍ତି, ଯେତେବେଳେ କୁମ୍ଭୀରଟି ହରିଣ ନିକଟରେ ପହଞ୍ଚିଲା ସେତେବେଳେ ମୁଁ ବହୁତ ଚିନ୍ତିତ ଥିଲି।

 

Share