Advertisement

ନଦୀକୂଳରେ ଖେଳୁଥିବା ବେଳେ ନାବାଳକଙ୍କୁ ଟାଣିନେଲା କୁମ୍ଭୀର

ଅନୁଗୋଳ,୨୯ା୬: ଅନୁଗୋଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୮ ବର୍ଷର ନାବାଳକଙ୍କୁ ମହାନଦୀକୁ ଟାଣି ନେଇଥିଲା କୁମ୍ଭୀର। ଟିକରପଡ଼ା ମହାନଦୀ କୂଳରେ ନାବାଳକ ଜଣକ ଖେଳୁଥିବା ବେଳେ ହଠାତ୍‌ କୁମ୍ଭୀରଟି ପଛପଟୁ ଆସି ଟାଣି ନେଇଥିଲା। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ମହାନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ନାବାଳକ ଜଣକ ଟିକରପଡ଼ା ଘାଟ ସାହି ଅଞ୍ଚଳର ବୋଲି ସୂଚନା ମିଳିଛି। ପିଟାଟିର ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଏଥିସହ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share