ପିତାଙ୍କ ସାମ୍ନାରେ ପୁଅକୁ ଗିଳିଲା କୁମ୍ଭୀର, ପେଟ ଚିରି ବାହାର କରାଗଲା ମୃତଦେହ

ଜାକର୍ତ୍ତା,୬।୩: ଇଣ୍ଡୋନେସିଆରେ ଏକ କୁମ୍ଭୀର ୮ ବର୍ଷର ଶିଶୁକୁ ଗିଳି ଦେଇଥିଲା। ଘଟଣା ପରେ ୨୬ ଫୁଟ ଲମ୍ବର ଏହି କୁମ୍ଭୀରକୁ ଧରାଯାଇ ତା’ ପେଟ ଚିରି ଶିଶୁର ମୃତଦେହ ବାହାର କରାଯାଇଥିଲା।

ମୃତ ଶିଶୁର ନାମ ଦିମସ ମୁଲକାନ। ସେ ତା’ ପିତା ସୁବ୍‌ଲାନିୟାଙ୍କ ସହ ମାଛ ମାରିବାକୁ ଯାଇଥିଲା। ଏହି ସମୟରେ କୁମ୍ଭୀରଟି କେଉଁଠି ଲୁଚିଥିଲା ଆସି ତାକୁ ଗିଳିଦେଲା। ଏହା ଦେଖି ଦିମସଙ୍କ ପିତା କୁମ୍ଭୀରଟିର ପିଛା କରିଥିଲେ। ପରେ କୁମ୍ଭୀର ନିକଟରେ ପହଞ୍ଚି ତାକୁ ମୁଥ ମାରି ପୁଅକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ ବିଫଳ ହୋଇଥିଲେ। ଘଟଣା ପରଦିନ ଗ୍ରାମବାସୀ ମିଶି କୁମ୍ଭୀରକୁ ଧରିଥିଲେ। ପରେ ଏହାର ପେଟ ଚିରି ଦିମସର ମୃତଦେହ ବାହାର କରିଥିଲେ।

Share