ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା କୁମ୍ଭୀର ଛୁଆ

କେନ୍ଦ୍ରାପଡା ଅଫିସ,୨୨।୧୦: ଡେରାବିଶ ବ୍ଲକ ଛୋଟୀ ଗ୍ରାମ ନିକଟ ବିରୂପା ନଦୀରୁ ଏକ କୁମ୍ଭୀର ଶାବକ ଶୁକ୍ରବାର ଉଦ୍ଧାର ହୋଇଛି । ଏହି କୁମ୍ଭୀରକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଛୋଟୀ ଗ୍ରାମର କେତେକ ଯୁବକ ମାଛ ଧରିବା ପାଇଁ ବିରୂପା ନଦୀରେ ଭସା ଜାଲ ବସାଇଥିଲେ । ସକାଳ ସମୟରେ ଏହି ଜାଲରେ କୁମ୍ଭୀର ଛୁଆ ଲାଗିଥିବା ଦେଖି ଡଙ୍ଗାରେ ଆଣି ରଖିଥିଲେ । ଖବର ପାଇବା ପରେ ବନ ବିଭାଗ ଏହାକୁ ଉଦ୍ଧାର କରିଛି । ଏ ସମ୍ପର୍କରେ କେନ୍ଦ୍ରାପଡା ବନ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ରଥ କହିଛନ୍ତି ଯେ, ଏହାର ବୟସ ୧ବର୍ଷ ମଧ୍ୟରେ ହେବ। ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି । ଏହାକୁ ଭିତରକନିକାରେ ଛଡା ଯିବ ବୋଲି ବନ ଅଧିକାରୀ ରଥ ପ୍ରକାଶ କରିଛନ୍ତି

 

Share