୭୯ ଥର ତାଳି ମାରିଲେ, ୧୫ ଥର ଠିଆହେଲେ, ସେଲ୍‌ଫି ନେବାକୁ ଲାଗିଲା ଭିଡ଼

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୬: ଆମେରିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ମଧ୍ୟ ଅକ୍ଷୁଣ୍ଣ ରହିଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଅନେକ ବଡ଼ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଆମେରିକା ସଂସଦର ମିଳିତ ଅଧିବେଶନରେ ସମ୍ବୋଧିତ କରିଥିଲେ। ଯେଉଁଥିରେ ସଂସଦର ସଦସ୍ୟ ତଥା ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରାଯାଇଥିଲା। କେବଳ ଏତିକି ନୁହେଁ, ସାଂସଦମନେ ମୋଦିଙ୍କ ସହ ସେଲ୍‌ଫି ନେବାକୁ ଧାଡ଼ି ବାନ୍ଧିଥିଲେ। ସାଂସଦମାନେ ସଂସଦ ଭବନରେ ମୋଦିଙ୍କୁ ଦେଖିବା ପରେ ୭୯ ଥର ତାଳି ମାରିବା ସହ ୧୫ ଥର ଠିଆ ହୋଇ ସମ୍ମାନ ଜଣାଇଥିଲେ।

Share