Posted inଫୁରସତ

ସାଂସ୍କୃତିକ କ୍ଷେତ୍ର ମହାସମୁନ୍ଦ

ଛତିଶଗଡ଼ର ମହାସମୁନ୍ଦ ଜିଲାରେ ଅବସ୍ଥିତ ଏକ ଆକର୍ଷଣୀୟ ତଥା ବଡ଼ ସହର ହେଉଛି ମହାସମୁନ୍ଦ। ପାରମ୍ପରିକ କଳା ତଥା ସଂସ୍କୃତିର ଏକ କେନ୍ଦ୍ର ଭାବେ ବି ଏହି ସହରର ବେଶ୍‌ ନାଁ ରହିଛି। ଖାସ୍‌କରି ସିରପୁର ହେଉଛି ଏଠାକାର ଏକ ପ୍ରମୁଖ ସାଂସ୍କୃତିକ କେନ୍ଦ୍ର; ଯାହାର ଆକର୍ଷଣରେ ଆକର୍ଷିତ ହୋଇ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି। ଏଥିସହିତ ଏଠାରେ ଦେଖିବାକୁ ରହିଛି ଅନେକ ମନ୍ଦିର, ସାଂସ୍କୃତିକ ଅନୁଷ୍ଠାନ, ପାର୍କ ତଥା ମାର୍କେଟ୍‌ ଇତ୍ୟାଦି।

ନିକଟବର୍ତ୍ତୀ ପର୍ଯ୍ୟଟନସ୍ଥଳୀ
ମହାସମୁନ୍ଦକୁ ବୁଲି ଆସୁଥିବା ପର୍ଯ୍ୟଟକ ଏଠାରେ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ଦେଖିବାକୁ ପାଇପାରିବେ। ଯେମିତିକି- ସିରପୁର: ମହାନଦୀ ଅବବାହିକାରେ ଅବସ୍ଥିତ ଛତିଶଗଡ଼ର ସିରପୁର ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ହିନ୍ଦୁ ଧର୍ମ, ଜୈନଧର୍ମ ତଥା ବୌଦ୍ଧଧର୍ମ ସମ୍ପର୍କିତ ଏକାଧିକ ସ୍ମୃତି ସ୍ମାରକ ଦେଖିବାକୁ ପାଇପାରିବେ। ତା’ଛଡ଼ା ଏଠାରେ ମଧ୍ୟ ରହିଛି ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଉତ୍ସର୍ଗୀକୃତ ପବିତ୍ର ରାମ ମନ୍ଦିର ଓ ଲକ୍ଷ୍ମଣ ମନ୍ଦିର। ସେହିପରି ବଲେଶ୍ୱର ମହାଦେବ ମନ୍ଦିର ମଧ୍ୟ ହେଉଛି ଏଠାକାର ଅନ୍ୟତମ ଆକର୍ଷଣ। ଅନ୍ୟପକ୍ଷେ ଏଠାରେ ଥିବା ବୁଦ୍ଧବିହାର ବି ଆଗନ୍ତୁକଙ୍କୁ ଅନେକ କିଛି ଅନୁଭୂତି ଦେଇଥାଏ। ତେଣୁ ଶାନ୍ତ ବାତାବରଣରେ ଅବସ୍ଥିତ ସିରପୁରରେ କିଛି ସମୟ ବିତାଇ ମନକୁ ହାଲୁକା କରିବା ସହ ଆଧ୍ୟାତ୍ମିକ ଭାବଧାରାରେ ଭିଜିଯିବାକୁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ।

ଏଥିସହିତ ଏଠାରେ ରହିଥିବା କୋଦାର୍‌ ଡ୍ୟାମ୍‌, ରାଜିମ୍‌ କୁମ୍ଭ, ରାଜିବ୍‌ ଲୋଚନ ମନ୍ଦିର, ଖଲ୍ଲାରୀ ମନ୍ଦିର ଆଡ଼େ ବି ପର୍ଯ୍ୟଟକ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟି ପାରିବେ। ସେହିପରି ଏଠାରେ ରହିଛି ଅନେକ ଛୋଟବଡ଼ ପାର୍କ ତଥା ମାର୍କେଟ୍‌, ଯେଉଁଠାରେ ବୁଲିବା ସହ ସୁଲଭ ଦରରେ ପର୍ଯ୍ୟଟକ ସେଠାରୁ ଅନେକ କିଛି ଜିନିଷ କିଣି ଆଣିପାରିବେ।

ମହାସମୁନ୍ଦର ସଂସ୍କୃତି
ଏଠାକାର ସଂସ୍କୃତି ବେଶ୍‌ ଅନନ୍ୟ। ସ୍ଥାନୀୟ ଲୋକେ ବି ବେଶ୍‌ ଧର୍ମପରାୟଣ। ଶିକ୍ଷା ହେଉ କି ସଂସ୍କୃତି ହେଉ ଅବା କଳା ସବୁଥିରେ ମହାସମୁନ୍ଦର ଅଧିବାସୀ ବେଶ୍‌ ପାରଙ୍ଗମ। ତେଣୁ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ସ୍ଥାନୀୟ ଲୋକକଳାକୁ ମଧ୍ୟ ଅତି ନିକଟରୁ ଜାଣିବାର ସୂଯୋଗ ପାଇପାରିବେ।

ମହାସମୁନ୍ଦର ଅର୍ଥନୀତି
ଏଠାକାର ଅର୍ଥନୀତି ମୁଖ୍ୟତଃ ଚାଷବାସ ଓ ଖଣି ଖାଦାନ ଉପରେ ନିର୍ଭର କରିଥାଏ। ଧାନଚାଷ ହେଉଛି ଏଠାକାର ଏକ ମୁଖ୍ୟ ଚାଷ। ସେହିପରି ଏଠାରୁ ଏକ ସ୍ବତନ୍ତ୍ର ଧରଣର କଳାପଥର ମିଳିଥାଏ, ଯାହାକୁ ମୁଖ୍ୟତଃ ଟାଇଲ୍ସ ଭାବେ ବ୍ୟବହୃତ କରାଯାଉଥିବାର ସୂଚନା ରହିଛି। ତା’ଛଡ଼ା ଏଠାରେ ଅନେକ ଷ୍ଟୋନ୍‌ କଟିଙ୍ଗ୍‌ ଫ୍ୟାକ୍ଟ୍ରି ବି ରହିଛି। ଏହା ମଧ୍ୟ ପର୍ଯ୍ୟଟକଙ୍କୁ କିଛିଟା ଭିନ୍ନ ଅନୁଭୂତି ପ୍ରଦାନ କରିଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବାର ସୁଯୋଗ ରହିଛି। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ଅଛି। ଛତିଶଗଡ଼ର ରାଜଧାନୀ ରାୟପୁରଠାରୁ ପ୍ରାୟ ୫୫ କି.ମି., ବରଗଡ଼ଠାରୁ ୧୮୦ କି.ମି, ସମ୍ବଲପୁରଠାରୁ ପ୍ରାୟ ୨୫୦ କି.ମି ଦୂରରେ ରହିଥିବା ମହାସମୁନ୍ଦକୁ ଯିବାପାଇଁ ଉଭୟ ସଡ଼କପଥ, ରେଳପଥ ତଥା ଆକାଶପଥର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri