କଟକଣା ହେଲା ବାଟବଣା

ନୟାଗଡ଼,୧୪ା୩(ଲୋକନାଥ ମିଶ୍ର)ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ଓ ଦୁର୍ଘଟଣାକୁ ଏଡାଇବା ପାଇଁ ଗୋରୁଙ୍କ ଉପରେ ନୟାଗଡ଼ ମ୍ୟୁନିସିପାଲିଟି ଲଗାଇଥିବା କଟକଣା ବାଟବଣା ହୋଇଛି । ଗୋରୁ କଟକଣା ନିଷ୍ପତ୍ତି ଶୀତଳଭଣ୍ଡାରରେ ରହିଯିବାରୁ ଏପରି ଦୁର୍ଘଟଣାରେ ଗତ ୨ମାସରେ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୨ ଜଣ ଆହତ ହୋଇ ସାରିଲେଣି। ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ.ଜାତୀୟ ରାଜପଥ, ୨୧ନଂ.ରାଜ୍ୟ ରାଜପଥ ନୟାଗଡ଼-ନାଉଖାଲ ରାସ୍ତା, ନୟାଗଡ଼-ଖଣ୍ଡପଡ଼ା ଓ ନୟାଗଡ଼-ଦଶପଲ୍ଲା ରାସ୍ତାର ନୟାଗଡ଼ ସହର ପାଲଟିଛି ଗୋରୁ,କୁକୁରଙ୍କ ଆଶ୍ରୟ ସ୍ଥଳ । ସ୍ଥିତି ଏଭଳି ହେଲାଣି ଗୋରୁ ଓ କୁକୁରଙ୍କ ଯୋଗୁ ରାସ୍ତା ଏବେ ଆଉ ନିରାପଦ ନୁହେଁ । ମ୍ୟୁନିସିପାଲିଟି ପକ୍ଷରୁ ଏନେଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ମୃତାହତଙ୍କ ସଂଖ୍ୟ ବଢ଼ିବ ବୋଲି ଅନୁମାନ କରାଯାଉଛି ା
ଜିଲା ସଦର ମହକୁମାରେ ଥିବା ନୟାଗଡ଼ ମ୍ୟୁନିସିପାଲିଟିରେ ଗୋରୁ ଓ କୁକୁର ରାସ୍ତାଘାଟରେ ସବୁବେଳେ ବୁଲୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ା ସହର ମଧ୍ୟଦେଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥ ଓ ୨୧ନଂ.ନୟାଗଡ଼- ନାଉଖାଲ ରାଜ୍ୟ ରାଜପଥ ଯାଇଛି । ଉଭୟ ରାଜପଥରେ ଗାଈ ଓ କୁକୁରଙ୍କ ଉତ୍ପାତ ଲାଗି ରହିଛି । ମାଲିକମାନେ କ୍ଷୀର ଦୁହିଁ ଗାଈକୁ ରାସ୍ତା ଉପରକୁ ଛାଡି ଦେଉଛନ୍ତି । ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ବାରମ୍ବାର ତାଗିଦ୍‌ ପରେ ସୁଫଳ ମିଳି ନ ଥିଲା । ଶେଷରେ ବିପର୍ଯ୍ୟସ୍ତ ଟ୍ରାଫିିକକୁ ସୁଧାରିବାକୁ ନୟାଗଡ଼ ମ୍ୟୁନିସିପାଲିଟି ଉଦ୍ୟମ କରିଛି । ରାସ୍ତାରେ ଗାଈଗୋରୁ ବୁଲିଲେ ସେମାନଙ୍କୁ ଧରି ଗୋଶାଳାରେ ରଖାଯିବ। ଗୋ ମାଲିକ ଜରିମାନା ଦେଲେ ଛଡାଯିବ। କେହି ଦାବିଦାର ନ ଥିଲେ ବିକ୍ରି ବି କରାଯିବ। ଗୋରୁଗାଈଙ୍କ ଉପରେ ଲାଗିଥିବା କଟକଣା ନେଇ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ସଚେତନତା ମଧ୍ୟ କରାଯାଇଥିଲା । ସଫେଇ ଗାଡ଼ିରେ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ୨୦୨୩ ଅକ୍ଟୋବରରେ ପ୍ରଚାର କରାଯାଇଥିଲା। ଅନ୍ୟପକ୍ଷେ ଗତ ୨୦୨୩ ଅକ୍ଟୋବର ୨୦ ତାରିଖ ଶୁକ୍ରବାର ମ୍ୟୁନିସିପାଲିଟି ପକ୍ଷରୁ କରାଯାଇଥିବା କାଉନସିଲ ବୈଠକରେ ରାସ୍ତାରେ ବୁଲୁଥିବା ଗୋରୁଙ୍କ ଉପରେ କଟକଣା ଲାଗୁ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅକ୍ଟୋବର ଯାଇ ମାର୍ଚ୍ଚ ମାସ ଅଧା ହେବାକୁ ବସିଲାଣି । ୫୭ନଂ.ଜାତୀୟ ରାଜପଥ, ନୟାଗଡ଼-ନାଉଖାଲ ରାସ୍ତା, ସହରର ଗଳିକନ୍ଦିରେ ଗାଈଗୋରୁ ଘୂରି ବୁଲୁଥିବା ଦେଖିବାକୁ ମିଳୁଛି । ରାସ୍ତାରେ ସେମାନଙ୍କ ବିଚରଣକୁ ଅନୁଧ୍ୟାନ କଲେ ନୟାଗଡ଼ ମ୍ୟୁନିସିପାଲିଟିର ପ୍ରଚାର ଗୋରୁ ମାଲିକଙ୍କ ଉପରେ କିଛି ପ୍ରଭାବ ପକାଇଲା ନାହିଁ । କଟକଣା ବାଟବଣା ହୋଇ ଯିବାରୁ ଟ୍ରାଫିକ୍‌ ସେବା ବିପର୍ଯ୍ୟସ୍ତ ହୋଇ ଚାଲିଛି ।
ଏନେଇ ନୟାଗଡ଼ ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା କୁହନ୍ତି, ବିପର୍ଯ୍ୟସ୍ତ ଟ୍ରାଫିକ୍‌ ସେବାକୁ ସୁଧାରିବାକୁ ଯାଇ ଗାଈଗୋରୁଙ୍କ ଉପରେ ଲଗାମ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ରାସ୍ତାରୁ ଗୋରୁ ହଟିଲେ ଟ୍ରାଫିକ୍‌ ବିଶୃଙ୍ଖଳା ଦୂର ହେବ ବୋଲି ଆଶା କରାଯାଉଥିଲା । ହେଲେ ସରକାରୀ ଅନୁଦାନ ନ ମିଳିବାରୁ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ସହର ବାସିନ୍ଦା ରାମଚନ୍ଦ୍ର ସାହୁୁ କୁହନ୍ତି, ଗୋ କଟକଣା ଉପରେ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ ଥିଲା। ହେଲେ ଗାଈଗୋରୁଙ୍କ ଉପରେ ଲାଗିଥିବା କଟକଣାକୁ କଡାକଡି ଭାବେ ପାଳନ କରା ନ ଯିବାରୁ ନିଷ୍ପତ୍ତି ବିଫଳ ହେଲା । ବିଭିନ୍ନ ସମୟରେ ଗୋରୁଙ୍କ ଉପରେ ଲାଗିଥିବା କଟକଣା ଚାପରେ ଚେପା ହୋଇ ନିୟମ ବାଟବଣା ହୋଇଯିବା ପରି ଅକ୍ଟୋବର ମାସର ନିଷ୍ପତ୍ତି ବାଟବଣା ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ମୋଦିଙ୍କ ଆପ୍ରୁଭାଲ୍‌ ରେଟିଂ ଦେଖି ଇର୍ଷା କରୁଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହୁ କହୁ କହିଦେଲେ…

ଜୟପୁର,୨୨।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ରାଜସ୍ଥାନର ଜୟପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

ଅସହ୍ୟ ହେଉଛି ତାତି: ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର,୨୨।୪: ରାଜ୍ୟରେ ଅସହ୍ୟ ହେଉଛି ତାତି। ତେଣୁ କେବେ ସ୍କୁଲ ଛୁଟି ଘେଷଣା ହେବ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

କିଏ ସେହି ଶକ୍ତି ଦୁବେ: ଯିଏ ହେଲେ UPSC ଟପ୍ପର, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା

ପ୍ରୟାଗରାଜ,୨୨।୪: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ଆଜି ପ୍ରକାଶ ପାଇଛି। ଶକ୍ତି ଦୁବେ UPSC ସିଭିଲ ସର୍ଭିସେସ...

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image