ସିଏଡବ୍ଲ୍ୟୁଏଣ୍ଡ୍‌ସିଡବ୍ଲ୍ୟୁ ଏଡିଜିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୨୪।୮(ସତ୍ୟଜିତ୍‌ ରାଉତ)ମହିଳା ହୋମ୍‌ଗାର୍ଡ ସୈରିଦ୍ରୀ ସାହୁଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାଏଙ୍କ ସ୍ତ୍ରୀ ନିର୍ଯାତନା ଦେବା ଅଭିଯୋଗ ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମାମଲାରେ ବ୍ରିଜେଶ୍‌ଙ୍କୁ ମଙ୍ଗଳବାର ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲେ ମଧ୍ୟ ତାଙ୍କ ବିରୋଧରେ ବିଭିନ୍ନ ମହଲରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି। ଏଭଳିସ୍ଥିତିରେ ବୁଧବାର ରାଜ୍ୟ ମହିଳା କମିଶନ (ଓଏସ୍‌ସିିଡବ୍ଲ୍ୟୁ) ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। କମିଶନ ଏ ସଂକ୍ରାନ୍ତରେ ନିଜ ଆଡୁ ମାମଲା ରୁଜୁ କରି ମହିଳା ଏବଂ ଶିଶୁ ଅପରାଧ ନିରୋଧ ୱିଙ୍ଗ୍‌ (ସିଏଡବ୍ଲ୍ୟୁଏଣ୍ଡ୍‌ସିଡବ୍ଲ୍ୟୁ)ର ଏଡିଜିପି ଅରୁଣ ବୋଥ୍ରାଙ୍କୁ ରିପୋର୍ଟ ତଲବ କରିଛନ୍ତି।୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି, ପୀଡ଼ିତା ସୈରିଦ୍ରୀଙ୍କ ସହ ଆଲୋଚନା କରିବୁ। ଏହି ମାମଲାରେ ଠିକ୍‌ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଏହି ଘଟଣାରେ ଅନୁଗୋଳ ଏସ୍‌ପିଙ୍କୁ ହୋମ୍‌ଗାର୍ଡ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପ୍ରାରମ୍ଭିକ ରିପୋର୍ଟ ମାଗିଛନ୍ତି। ଡିଜିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସୈରିଦ୍ରୀ ସୁସ୍ଥ ହେବା ପରେ ତାଙ୍କୁ ପଚରାଉଚରା କରାଯିବ। ତାଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। ଆବଶ୍ୟକ ପଡ଼ିଲେ ସୈରିଦ୍ରୀଙ୍କ ଝିଅଙ୍କୁ ହୋମଗାର୍ଡ ଭାବେ ଥଇଥାନ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ସେପଟେ ମାନବାଧିକାର କର୍ମୀ ଜୟନ୍ତ ଦାସଙ୍କ ଦ୍ୱାରା ମଙ୍ଗଳବାର ହୋଇଥିବା ଏତଲାକୁ ଗ୍ରହଣ କରି ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ତଦନ୍ତ କରି ଏ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ରାଜ୍ୟ ଗୃହ ସଚିବ, ପୋଲିସ ଡିଜି, ମୁଖ୍ୟ ସାଶନ ସଚିବଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ତେବେ ହୋମଗାର୍ଡମାନେ ପୋଲିସ ବାବୁଙ୍କ ଘରେ ବ୍ୟକ୍ତିଗତ କାମ କରିବା ବେଆଇନ ହୋଇଥିବାବେଳେ ଡିଆଇଜିଙ୍କ ସ୍ତ୍ରୀ ଆୟୁଷୀ ରାଏ କିଭଳି ସୈରିଦ୍ରୀଙ୍କୁ ନିର୍ଯାତନା ଦେଉଥିଲେ ତାହା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ ନା ମାମଲାକୁ ଚପାଇ ଦିଆଯିବ ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଡିଆଇଜି ବ୍ରିଜେଶଙ୍କ ଅନୁଗୋଳସ୍ଥିତ ସରକାରୀ ବାସଭବନରେ ନିୟୋଜିତ ଥିବା ସୈରିଦ୍ରୀଙ୍କୁ ତାଙ୍କ ସ୍ତ୍ରୀ ନିର୍ଯାତନା ଦେଉଥିଲେ। ଏପରି କି ଚାକିରି ନେଇଯିବାର ଧମକ ଦେଇ ଗତ ୪ ତାରିଖରେ ସୈରିଦ୍ରୀଙ୍କୁ ଧକ୍କା ଦେଇ ବାହାର କରି ଦେଇଥିଲେ। ଏନେଇ ଅଗଷ୍ଟ ୧୩ରେ ସେ ନିର୍ଯାତନା ସମ୍ପର୍କରେ ଲିଖିତ ଭାବେ ହୋମ୍‌ଗାର୍ଡ ଡିଜିଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଏହାପରେ ସୈରିଦ୍ରୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଦୁଇଟି ଯାକ ଗୋଡ଼ ହରାଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri