ଦୁର୍ନୀତିର ଚକ୍ରବ୍ୟୂହ

ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ହେଲେ ଦୁର୍ନୀତି ଓଡ଼ିଶାର ଅଭିବୃଦ୍ଧିକୁ ବାଧା ଦେଉଛି। ଦୁର୍ନୀତି ରୂପକ ସଂକ୍ରାମକ ବ୍ୟାଧିଟି ସମାଜର ପ୍ରତିଟି ସ୍ତରରେ ବିସ୍ତାରିତ ହୋଇସାରିଛି। ଏହା ସୃଷ୍ଟି କରିଛି କର୍ତ୍ତବ୍ୟହୀନତା ଏବଂ କର୍ମବିମୁଖତା। ଏହା ଆମ ରାଜ୍ୟର ଅର୍ଥନୀତି, ଶିକ୍ଷା, ସ୍ବାସ୍ଥ୍ୟ ପ୍ରଭୃତି କ୍ଷେତ୍ରରେ ପ୍ରଭାବ ପକାଇବା ସହିତ ଓଡ଼ିଶାର ଅଭିବୃଦ୍ଧିକୁ ଅଣଲକ୍ଷ୍ୟ କରିଛି। ପରୀକ୍ଷା ପୂର୍ବରୁ ପଦବୀ ବିକ୍ରି ସରୁଛି। କହିବାକୁ ଲଜ୍ଜା ଲାଗେ ଯେ ଆମ ରାଜ୍ୟରେ ନିଯୁକ୍ତି ସ୍ତରରେ ବଡ଼ ବଡ଼ ଦୁର୍ନୀତି ଘଟିଚାଲିଛ। ଏଏସ୍‌ଓ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଏକ ନଗ୍ନ ଉଦାହରଣ। ଦୁର୍ନୀତିର ପ୍ରମୁଖ କାରଣ ହେଉଛି ଚାକିରି ସୁଯୋଗର ଅଭାବ, କଠୋର ଦଣ୍ଡ ବିଧାନର ଅଭାବ, ନିଯୁକ୍ତି କ୍ଷେତ୍ରରେ ବୟସ ସୀମାର ତାରତମ୍ୟ। ଜନଗଣନା ଅନୁସାରେ ଓଡ଼ିଶାର ସ୍ଥାନ ନବମ। ସ୍ବାଧୀନ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ଏଠାରୁ ଦୁର୍ନୀତି ଲୋପ ହୋଇପାରୁନାହିଁ। ବିଗତ ସରକାର ୨୪ ବର୍ଷ ଶାସନରେ ରହିଲେ ମଧ୍ୟ ଓଡ଼ିଶାରେ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିବାରେ ସକ୍ଷମ ହୋଇ ନ ଥିଲେ ଏବଂ ସରକାରୀ କ୍ଷେତ୍ରରେ ମଧ୍ୟ ଯେତିକି ପଦବୀ ସୃଷ୍ଟି କରିବା କଥା ସେତିକି କରିପାରି ନ ଥିଲେ। ଯେତିକି ବି ସୃଷ୍ଟି କରିଥିଲେ ସେତକ ସମୁଦ୍ରକୁ ଶଙ୍ଖେ। ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗରେ ଗ୍ରନ୍ଥାଗାରିକ ପଦବୀ ଯାହା ଏପର୍ଯ୍ୟନ୍ତ ଖାଲିପଡ଼ିଛି ପୂରଣ ହୋଇ ନାହିଁ। ଭାଷା ସାହିତ୍ୟ ଓ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ସ୍ବାସ୍ଥ୍ୟ, ଉଚ୍ଚ ଶିକ୍ଷା, ମାଧ୍ୟମିକ ଶିକ୍ଷା, ଆଦର୍ଶ ବିଦ୍ୟାଳୟ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ପବଦୀ ଖାଲି ରହଛି। ତେଲିଆ ମୁଣ୍ଡରେ ତେଲ’ ନୀତି ଅନୁସରଣ କରିଛନ୍ତି ରାଜ୍ୟ ସରକାର ବହୁ ବିଭାଗରେ ଯୁବତୀଯୁବକମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ସୁଯୋଗ ଦିଆ ନ ଯାଇ ଅବସରପ୍ରାପ୍ତ ବୟସ୍କ ବ୍ୟକ୍ତିମାନଙ୍କୁ ନିଯୁକ୍ତ କରାଯାଉଛି, ଯାହା ଫଳରେ ଯୁବ ପିଢ଼ି ଆଜି ହତୋତ୍ସାହିତ ହୋଇପଡ଼ିଛି।
ଚାକିରି ସୁଯୋଗର ଅଭାବରେ ବଢୁଥିବା ବେକାରି ସମସ୍ୟା ଯୁବ ସମାଜକୁ ଦୁର୍ନୀତି ଆଡ଼କୁ ଟାଣି ନେଉଛି। ଧୈର୍ଯ୍ୟହୀନ ହୋଇ ସେମାନେ ଟଙ୍କା ଦେଇ ଚାକିରି କିଣି ଦୁର୍ନୀତିରେ ଲିପ୍ତ ହେଉଛନ୍ତି। ‘ପେଟ ପୋଷ ନାହିଁ ଦୋଷ’ ନୀତି ସେମାନେ ଅବଲମ୍ବନ କରୁଛନ୍ତି। ଚାକିରି ନିମନ୍ତେ ଠିକ୍‌ ସମୟରେ ପଦବୀ ପୂରଣ ହେବାରେ ବିଳମ୍ବ ହେଉଥିବାରୁ ଚାକିରି ଆଶାରେ କେତେଜଣ ଶିକ୍ଷିତ ବେକାର ଚାକିରି ସନ୍ଧାନରେ ଦେଶାନ୍ତର ହେଉଛନ୍ତି। ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ କିଛି ପଦବୀ ବାହାରି ନ ଥିଲା ଓ ଚାକିରି ଅସ୍ଥାୟୀ ଥିଲା। ନିର୍ବାଚନ ଆଳରେ ପଦବୀ ବାହାର କରି ଦିଆଯାଇଥିଲା ଏବଂ ପଦବୀ ବିକ୍ରି ମଧ୍ୟ ହୋଇ ଯାଇଥିଲା। ଯାହା ଫଳରେ ଅସଂଖ୍ୟ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ୨୦୧୨ ମସିହାରେ ବାହାରିଥିବା ଏଏସ୍‌ଓ ପଦବୀ, ୨୦୧୮ ଓ ୨୦୨୧ରେ ହୋଇଥିବା ଏଏସ୍‌ଓ ପରୀକ୍ଷା, ୨୦୨୨ ଓ ୨୦୨୩ରେ ହୋଇଥିବା କନିଷ୍ଠ ଶିକ୍ଷକ ପରୀକ୍ଷା, ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପରୀକ୍ଷା, କିରାଣି ପରୀକ୍ଷା, ପୋଲିସ ଏଏସ୍‌ଆଇ ପରୀକ୍ଷା, ୨୦୨୪ରେ ହୋଇଥିବା ଏଲ୍‌ଆଇ ଫରେଷ୍ଟ ଗାର୍ଡ, ଆର୍‌ଆଇ, ଏଆର୍‌ଆଇ, ଅମିନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ସ୍ପଷ୍ଟ ବାରି ହେଉଛି। ଆମ ରାଜ୍ୟ ସରକାର ଆଣିଥିବା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ ଓଡ଼ିଶା ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ କିନ୍ତୁ ଏହା କାର୍ଯ୍ୟକାରିତା ହେବାରେ ବିଳମ୍ବ ହେଉଛି। ଆର୍‌ଆଇ, ଅମିନ, ଏଆର୍‌ଆଇ ଓ ଫରେଷ୍ଟ ଗାର୍ଡ ପରୀକ୍ଷା ପାଇଁ କିଛି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନିଆ ଯାଇନାହିଁ, ଯାହା ଫଳରେ ଚାକିରି ଆଶାୟୀମାନେ ଭବିଷ୍ୟତକୁ ନେଇ ଚିନ୍ତିତ। ବିଭିନ୍ନ ରାଜ୍ୟର ସରକାର ସରକାରୀ ଚାକିରି ନିମନ୍ତେ ଖାଲି ଥିବା ପଦବୀ ପୂରଣ କରିବା ସହିତ ଚାକିରି କ୍ଷେତ୍ରରେ ବୟସ ସୀମା ୪୦ରୁ ଊଦ୍ଧର୍‌ବ ରଖିଥିବା ସମୟରେ ଆମ ରାଜ୍ୟ ଓଡ଼ିଶାରେ ତାହା ୩୨ ବର୍ଷ। ତିନି ବର୍ଷ ପାଇଁ ଅସ୍ଥାୟୀ ଭାବରେ ପୂର୍ବ ସରକାର ବୟସ ସୀମା ବଢ଼ାଇ ୩୮ ବର୍ଷ କରିଥିଲେ। ସରକାରୀ ଚାକିରି କ୍ଷେତ୍ରରେ ବୟସ ସୀମା ୪୩ ବର୍ଷକୁ ବଢ଼ିଲେ ଅନେକ ସରକାରୀ ଚାକିରି ଆଶାୟୀ ଚାକିରି କରିବା ନିମନ୍ତେ ସୁଯୋଗ ପାଇବେ। ବାରମ୍ବାର ପଦବୀ ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ କରି ପୁନର୍ବାର ସେହି ନିଯୁକ୍ତି ନିମନ୍ତେ ଆବେଦନକୁ ଘୁଞ୍ଚାଇ ନୂତନ ତାରିଖ ଦେଇ ଆମ ସରକାର ଶେଷରେ ରାଜ୍ୟର ଛାତ୍ରୀଛାତ୍ରମାନଙ୍କ ଭାବନାକୁ ଅଘାତ କରିଚାଲିଛନ୍ତି। କଥାରେ ଅଛି ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ। ବାରମ୍ବାର ଏହି ପରି ଦୁର୍ନୀତି ଘଟୁଥିବା କାରଣରୁ ଓଡ଼ିଶାରେ ଆଜି ଦେଶର ଅନ୍ୟ ରାଜ୍ୟ ତୁଳନାରେ ବେକାରି ସଂଖ୍ୟାରେ ଅଧିକ। ପରୀକ୍ଷା ଉପଯୁକ୍ତ ସମୟରେ ହୋଇ ଫଳାଫଳ ପ୍ରକାଶ ହେବାରେ ବିଳମ୍ବ ହେବା ସହିତ କେତେ ସରକାରୀ ଚାକିରି ଆଶାୟୀଙ୍କ ବୟସ ସୀମା ବଢ଼ିଚାଲିଛି, ଯାହା ଫଳରେ ସେମାନେ କୌଣସି ବି ଚାକିରି ନିମନ୍ତେ ଇଚ୍ଛା ଥାଇ ମଧ୍ୟ ଆବେଦନ କରିବାରେ ସକ୍ଷମ ହୋଇ ପାରୁନାହାନ୍ତି। ଲୋୟର ପିଏମ୍‌ଜିରେ ବସି ଆର୍‌ଆଇ, ଅମିନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ବିଷୟରେ ଜଣାଇ ଅସଂଖ୍ୟ ଛାତ୍ରୀଛାତ୍ର ଗଳା ଫଟେଇ ଡାକିଲେ ମଧ୍ୟ ସେ ଗର୍ଜନ ସରକାରଙ୍କ କର୍ଣ୍ଣପାତ ହେଉନାହିଁ। ଗୋଟିଏ ପକ୍ଷରେ ଉପଯୁକ୍ତ ସଚେତନତା ଏବଂ ଅପର ପକ୍ଷରେ ସରକାରୀ କ୍ରିୟାଶୀଳତା ଦୁର୍ନୀତି ରୂପକ ସଂକ୍ରାମକ ବ୍ୟାଧିକୁ ହଟେଇବାରେ ସଫଳ ହୋଇପାରିବ। ଏପରି ହେଲେ ସାମାଜିକ ସ୍ତରରେ ନ୍ୟାୟ ପ୍ରତିଷ୍ଠିତ ହୋଇପାରିବ ।
ମୋ: ୯୭୭୬୮୪୨୬୭୨


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ବଡ଼ବଡ଼ ଗଛ

ଝରିଗାଁ,୧୮ା୪(କିଶୋର ଚନ୍ଦ୍ର ମଣ୍ଡଳ): କାଳବୈଶାଖୀ ପ୍ରଭାବରେ ଝରିଗାଁ ସଦରମହକୁମାସ୍ଥିତ ଶିରାଗୁଡ଼ା ସାହିଠାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଏହି...

ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଆରମ୍ଭ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ): ଭବାନୀପାଟଣା ତାରିଣୀ ମନ୍ଦିର ରୋଡ ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲଠାରେ ଶୁକ୍ରବାର କଳାହାଣ୍ଡି ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। କଳାହାଣ୍ଡି...

ଘର ପୋଡି କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା

ଧରାକୋଟ,୧୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ଡାକିବଜା ଗ୍ରାମରେ ଶଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ୧୦ଟି ପରିବାରର ୧୧...

ଘରର ଛପର ଉଡ଼ାଇ ନେଲା କାଳବୈଶାଖୀ, ବାସହରା ପରିବାର

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ/ବିପିନ ଦାସ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଣସଡିହା ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ପବନ...

ଭାଉଜଙ୍କ ସୁନା ଗହଣା ଚୋରି କରିବା ଦିଅରଙ୍କୁ ପଡ଼ିଲା ମହଙ୍ଗା

ଜୟପୁର,୧୮।୪ (ପବନ ପାଣିଗ୍ରାହୀ): ଭାଉଜଙ୍କ ସୁନା ଗହଣା ଚୋରି ଅଭିଯୋଗରେ ଜୟପୁର ସଦର ପୋଲିସ ଦିଅରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ...

Dream11: ଆପଣ ବି ଅନଲାଇନ ଗେମ୍‌ ଖେଳି ଜିତିପାରିବେ ୩କୋଟି ଟଙ୍କା ଆଉ ମହିନ୍ଦ୍ରା ଥାର୍‌, ଜାଣନ୍ତୁ ଟ୍ରିକ୍‌

ଆଜିର ଡିଜିଟାଲ ଯୁଗରେ ଅନଲାଇନ ଫ୍ୟାନ୍ଟାସି ସ୍ପୋର୍ଟସ ଗେମ ଭାରତରେ ବେଶ ଲୋକପ୍ରିୟ ହୋଇଛି। ତେବେ Dream11 ଡ୍ରିମ ୧୧ ହେଉଛି ଏକ ଏପରି ପ୍ଲାଟଫର୍ମ,...

Tahawwur Rana: ପ୍ରଥମେ ମାଗିଲେ ପେନ-ପେପର-କୁରାନ, ଏବେ ଡିମାଣ୍ଡ କରୁଛନ୍ତି ନନଭେଜ…

ନୂଆଦିଲ୍ଲୀ,୧୮।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାକୁ NIA ନିରନ୍ତର ପଚରାଉଚରା କରୁଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତହଉର ରାଣା ତାଙ୍କ...

ବଦଳିଲା ସରକାରୀ ମହାବିଦ୍ୟାଳୟର ନାମ

କୋରାପୁଟ,୧୮ା୪(ଅମିତାଭ ବେହେରା): କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟର ପୁଣିଥରେ ନାଁ ବଦଳିଛି। ଗତ ୧୬ ତାରିଖରେ ଏହାକୁ ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସରକାରୀ ଡିଏଭି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image