ପାରଳାଖେମୁଣ୍ଡି,୧୪।୮: ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇ ମଧ୍ୟାହ୍ନ ସୁଦ୍ଧା ବିପଦସଙ୍କେତ ଅତିକ୍ରମ କରିଛି। ବିପଦସଙ୍କେତ ୫୪.୬୦ମିଟର ରହିଥିବା ବେଳେ ପୂର୍ବାହ୍ନ ଜଳସ୍ତର ୫୪.୭୫ ମିଟରରେ ପ୍ରବାହିତ ହେଉଥିଲା। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ତର ବୃଦ୍ଧି ପାଇଛି। ଅନ୍ୟପଟେ ଜଳସ୍ତରକୁ ନଜରରେ ରଖି ଗୋଟା ବ୍ୟାରେଜ୍ର ସମସ୍ତ ୨୨ଟି ଗେଟ୍ ଖୋଲାଯାଇଥିବା ବେଳେ ୭୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଯଦି ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଏ କିମ୍ବା ଉପର ମୁଣ୍ଡରେ ବର୍ଷା ଲାଗିରହେ ବନ୍ୟା ଆଶଙ୍କା କରାଯାଉଛି। ବନ୍ୟା ହେଲେ କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳ ସମେତ ୧୧ଟି ପଞ୍ଚାୟତ ଓ ରାୟଗଡ଼ା ଜିଲାର ଗୁଣୁପୁର ସବ୍ଡିଭିଜନ ପ୍ରଭାବିତ ହେବା ଆଶଙ୍କା ରହିଛି ।