Posted inଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ,୭।୧: ଆଜି (ଜାନୁଆରୀ ୭) ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯିବ। ସୂଚନାନୁସାରେ, ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀରେ ନିର୍ବାଚନ ହେବାର ସମ୍ଭାବନା ରହିଛି। ନିର୍ବାଚନ ଆୟୋଗର ଯୋଜନା ଅନୁଯାୟୀ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଭୋଟ ଗ୍ରହଣ କରାଯାଇପାରେ ଏବଂ ଫଳାଫଳ ଫେବୃଆରୀ ୧୭ରେ ଘୋଷଣା ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଅପରାହ୍ନ ୨ ଟାରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହେବ ଯେଉଁଥିରେ ଆଗାମୀ ନିର୍ବାଚନ ପ୍ରକ୍ରିୟା ଏବଂ ଆନୁଷଙ୍ଗିକ ଦିଗ ବିଷୟରେ ବିସ୍ତୃତ ସୂଚନା ଦିଆଯିବ।

ସୋମବାର (ଜାନୁଆରୀ ୬) ଦିନ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଅନ୍ତିମ ଭୋଟର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ପଞ୍ଜିକୃତ ହୋଇଛନ୍ତି। ଏଥିମଧ୍ୟରୁ ୮୪ ଲକ୍ଷ ୪୯ ହଜାର ୬୪୫ ପୁରୁଷ ଭୋଟର ହୋଇଥିବାବେଳେ ୭୧ ଲକ୍ଷ ୭୩ ହଜାର ୯୫୨ ମହିଳା ଭୋଟର ଅଟନ୍ତି।

ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ୧୫ ଫେବୃଆରୀ ୨୦୨୫ରେ ଶେଷ ହେବାକୁ ଯାଉଛି। ଗତ ବିଧାନସଭା ନିର୍ବାଚନ ବିଷୟରେ କହିବାକୁ ଗଲେ, ୨୦୨୦ରେ ମଧ୍ୟ ଫେବୃଆରୀ ମାସରେ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ନିର୍ବାଚନରେ ଆମ ଆଦମୀ ପାର୍ଟି ବିଜୟୀ ହୋଇ ସରକାର ଗଠନ କରିଥିଲା। ବର୍ତ୍ତମାନ କାର୍ଯ୍ୟକାଳର ଶେଷ ତାରିଖ ପାଖେଇ ଆସୁଥିବାରୁ ଦିଲ୍ଲୀରେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି,୨୯ା୩: ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି।-ସୁକ୍‌ମା ଜିଲା ଅପମ୍ପଲି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ମ୍ୟାନମାର୍‌କୁ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ନେପିଦାଉ,୨୯ା୩: ମ୍ୟାନମାର୍‌ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍‌ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନା...

ହୁ ହୁ ହୋଇ ବଢୁଛି ସୁନା ଦର: ୯୨ ହଜାର ଟପିଲା

ନୂଆଦିଲ୍ଲୀ,୨୯ା୩:ସୁନା ଦର ଶୁକ୍ରବାର ୧୦ ଗ୍ରାମ୍‌ ପ୍ରତି ୧,୧୦୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀରେ ୯୨,୧୫୦ ଟଙ୍କାରେ ପହଞ୍ଚତ୍ଛି। ବିଦେଶୀ ବଜାରରେ ସୁନା ଦର...

ପ୍ରଥମେ ପ୍ରେମିକା, ପରେ ନିଜକୁ ଗୁଳି ମାରି ଟଳିପଡ଼ିଲେ ପ୍ରେମିକ; ଖେଳିଗଲା ଚାଞ୍ଚଲ୍ୟ

ପାଟନା,୨୮।୩: ବିହାରର ପାଟନାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକ ପ୍ରଥମେ ତାଙ୍କ ପ୍ରେମିକାଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି...

ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ସେବା ଦେୟ ଦାବି କରିପାରିବ ନାହିଁ

ନୂଆଦିଲ୍ଲୀ,୨୮ା୩(ପି.ଟି.):ଖାଦ୍ୟ ବିଲ୍‌ ଉପରେ ସେବା ଦେୟ ପୈଠ କରିବା ସ୍ବେଚ୍ଛାକୃତ। ଗ୍ରାହକଙ୍କ ଉପରେ ରେଷ୍ଟୁରାଣ୍ଟ ଏହି ଦେୟ ଜବରଦସ୍ତ ଲାଗୁ କରିପାରିବ ନାହିଁ ବୋଲି ଦିଲ୍ଲୀ...

ଅନଶନ ଭାଙ୍ଗିଲେ କୃଷକ ନେତା ଡାଲଓ୍ବୋଲ

ନୂଆଦିଲ୍ଲୀ,୨୮ା୩: କୃଷକମାନଙ୍କ ବିଭିନ୍ନ ଦାବି ନେଇ ୧୨୩ ଦିନ ହେଲା ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂ ଡାଲଓ୍ବୋଲ ଶୁକ୍ରବାର ସକାଳେ ପାଣି ପିଇ...

କମେଡିଆନ୍‌ କୁନାଲଙ୍କୁ ମିଳିଲା ଆଗୁଆ ଅନ୍ତରୀଣ ଜାମିନ

ଚେନ୍ନାଇ,୨୮ା୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଥଟ୍ଟା କରି ବିବାଦର ସମ୍ମୁଖୀନ ହୋଇଥିବା ଷ୍ଟାଣ୍ଡିଂ କମେଡିଆନ୍‌ କୁନାଲ କାମ୍‌ରାଙ୍କୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଆଗୁଆ ଅନ୍ତରୀଣ...

ଯାହାଙ୍କ ସାକ୍ଷ୍ୟ ଯୋଗୁ ଚାଲିଯାଇଥିଲା ଇନ୍ଦିରା ଗାନ୍ଧୀଙ୍କ ପଦ, ପୂର୍ବତନ ମନ୍ତ୍ରୀ ଗିରିଶ ନାରାୟଣଙ୍କ ପରଲୋକ 

ଲକ୍ଷ୍ନୌ,୨୮।୩: ଦେଶର ସବୁଠାରୁ ପ୍ରତିଷ୍ଠିତ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଭିଆଇପି ଜିଲାର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ଗିରିଶ ନାରାୟଣ ପାଣ୍ଡେଙ୍କର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image