Categories: ଜାତୀୟ

ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି ତାରିଖ

ନୂଆଦିଲ୍ଲୀ ୧୮।୦୪: ମହାନଦୀ ଜଳ ବିବାଦ ଶୁଣାଣି ତାରିଖ ଘୁଞ୍ଚିଛି । ପୂର୍ବରୁ ଏପ୍ରିଲ ୩୦ରେ ହେବାକୁ ଥିବା ଶୁଣାଣି ନିଷ୍ପତ୍ତିକୁ ଘୁଞ୍ଚାଇ ଦିଆଯାଇଛି। ମେ ୧୪ ପୂର୍ବାହ୍ନ୧୧ଟାରେ ଶୁଣାଣି ନେଇ ସମୟ ଧାର୍ଯ୍ୟ ହୋଇଛି । ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ପକ୍ଷରୁ ସୋମବାର ନୋଟିସ ଜରିଆରେ ଏହି ସୂଚନା ଦିଆଯାଇଛି।
ପୂର୍ବରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଚାଲିଥିବା ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦ରେ ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା । ଏହି ବିବାଦ ନେଇ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାଙ୍କୁ ନିଜ ନିଜ ପ୍ରମାଣ ସମ୍ବନ୍ଧିତ ସତ୍ୟପାଠ ଏପ୍ରିଲ ୨୩ ସୁଦ୍ଧା ଦାଖଲ କରିବା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ ।

Share