ମା’ଙ୍କୁ ଖଣ୍ଡ ଖଣ୍ଡ କରି ହାଣିଲେ ଝିଅ, ଓଭାନରେ ରାନ୍ଧିଲେ…ଆଉ ତା’ପରେ

ଓ୍ବାଶିଂଟନ୍‌,୧୫।୧୦:ଜଣେ ଯୁବତୀ ନିଜ ମା’ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ଶରୀରର ବିଭିନ୍ନ ଅଙ୍ଗ କାଟିବା ପରେ ଯୁବତୀ ଏହାକୁ ଓଭାନରେ ରାନ୍ଧିଥିଲେ। ଏହି ନିର୍ମମ ହତ୍ୟା ବିଷୟରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଘର ଭିତରେ ଥିବା ଘଟଣା ଦେଖି ଭୟଭୀତ ହୋଇପଡିଥିଲା। ପୋଲିସ ଘରେ ରକ୍ତ ଜୁଡୁବୁଡୁ ଅସ୍ତ୍ର ଏବଂ ଶରୀରର ଅଙ୍ଗ ଜବତ କରିଛି।

ଏହି ଲୋମଟାଙ୍କରା ଘଟଣା ଆମେରିକାର କେଣ୍ଟୁକିରେ ଘଟିଛି। ୩୨ ବର୍ଷିୟା ଟୋରିଲିନା ଫିଲ୍ଡସ ନିଜ ମା’ ଟ୍ରୁଡି ଫିଲ୍ଡସଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନାନୁସାରେ, ସେ ଯାଦୁକରୀ ଅଭ୍ୟାସ କରୁଥିଲେ, ଯାହା ତାଙ୍କ ମା’ଙ୍କ ସହ ସମ୍ପର୍କକୁ ତିକ୍ତ କରିଦେଇଥିଲା। ଏହି ହତ୍ୟା ପଛରେ ମାନସିକ ଅସ୍ଥିରତା କିମ୍ବା ଅନ୍ୟାନ୍ୟ ଗଭୀର ମାନସିକ କାରଣ ଥାଇପାରେ, ଯାହା ଅନୁସନ୍ଧାନ ସମୟରେ ଅଧିକ ସ୍ପଷ୍ଟ ହେବ।

ଟୋରିଲିନା ଯାଦୁରେ ବିଶ୍ୱାସ କରୁଥିଲେ। ସେ ଏହାକୁ ଘରେ ଅଭ୍ୟାସ କରୁଥିଲେ। ଏଥିପାଇଁ ତାଙ୍କ ମା’ ସହିତ ସମ୍ପର୍କ ଭଲ ନ ଥିଲା। ଅଭିଯୋଗ ହୋଇଛି ଯେ, ସେ ତାଙ୍କ ମା’ଙ୍କ ଉପରେ ଯାଦୁକରୀ ମଧ୍ୟ ବ୍ୟବହାର କରିଥିଲେ। ପୋଲିସ ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ କରୁଛି। ବର୍ତ୍ତମାନ ମହିଳାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ପଚରାଉଚରା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ,୧୫।୧୦: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନର ଇସ୍ଲାମଵାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀ ନୁର ଖାଁ ସ୍ୱାଗତ କରିଥିଲେ।...

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ କାହିଁକି ରୁଷିଆକୁ ମିଳୁଛି ବାହାର ସମର୍ଥନ

ମସ୍କୋ,୧୫।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରୁଥିବାବେଳେ ରୁଷିଆ କିଛି ଦେଶରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସହାୟତା...

ତାଇଓ୍ବାନକୁ ଚାଇନାର ଅଲ୍ଟିମେଟମ, ଯୁଦ୍ଧାଭ୍ୟାସରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ

ବେଜିଂ,୧୫।୧୦: ଚାଇନା ଏବଂ ତାଇୱାନ ମଧ୍ୟରେ ପୂର୍ବରୁ ତିକ୍ତ ସମ୍ପର୍କ ରହିଆସିଛି, ଯେତେବେଳେ ତାଇୱାନରେ ଚାଇନା ଅଦୃଶ୍ୟ ସାମରିକ ଅଭ୍ୟାସ କରିଥିଲା ସେତେବେଳେ ଏହି ତିକ୍ତତା...

ଭଲ ହେବ ଯଦି କେହି ମହିଳା ରାଷ୍ଟ୍ରପତି ହୁଅନ୍ତି.., କମଳା ହାରିସଙ୍କୁ ଖୋଲାଖୋଲି ସମର୍ଥନ ଦେଲେ ରେହମାନ

ଓ୍ବାଶିଂଟନ,୧୫।୧୦: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କ ସମର୍ଥନରେ ଭେଟେରାନ ସଙ୍ଗୀତକାର ଏ ଆର୍‌ ରହମାନ ବାହାରିଛନ୍ତି। ସେ...

ବାଂଲାଦେଶର ପୋଲ ଖୋଲିଦେଲା ଭାରତ! ରାଗିଗଲେ ୟୁନୁସ ସରକାର, କହିଲେ…

ଢାକା,୧୫।୧୦: ଭାରତର ଅଭିଯୋଗ ଉପରେ ବାଂଲାଦେଶର ଅନ୍ତରୀଣ ସରକାର ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଅନ୍ତରୀଣ ସରକାରଙ୍କ ତରଫରୁ କୁହାଯାଇଛି ଯେ ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିରଗୁଡିକର...

ବିଷ୍ଣୋଇ ଗ୍ୟାଙ୍ଗ ଆମକୁ ନାକେଦମ କରିଦେଲା…, ଟ୍ରୁଡୋ ନେଲେ ଗ୍ୟାଙ୍ଗଷ୍ଟରର ସାହାରା!

ଓଟାଓ୍ବା/ନୂଆଦିଲ୍ଲୀ,୧୫।୧୦: କାନାଡା ଭାରତ ସହ ସମ୍ପର୍କକୁ ନଷ୍ଟ କରିଦେଇଛି। ଜଷ୍ଟିନ ଟ୍ରୁଡୋ ସରକାରଙ୍କ ଖାଲିସ୍ତାନି ପ୍ରେମ ଏତେ ବଢି ଯାଇଛି ଯେ ସେ କୂଟନୈତିକ ସମ୍ପର୍କକୁ...

ପୁଣି କାନାଡା ପ୍ରଧାନମନ୍ତ୍ରୀଙ୍କ ନୂଆ ଡ୍ରାମା! ଭାରତ ବିରୋଧରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନିକଟରେ କଲେ ଗୁହାରି

ଓଟାୱା,୧୫/୧୦:କାନାଡା ଓ ଭାରତ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ପୁଣି ଥରେ ପ୍ରତିକ୍ରିୟା ରଖିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ...

ଷ୍ଟାର୍‌ସିପ୍‌ ରକେଟ ବୁଷ୍ଟରକୁ ଧରିଲା ଲଞ୍ଚ୍‌ପ୍ୟାଡ୍‌

ଓ୍ବାଶିଂଟନ, ୧୫।୧୦: ଏଲନ ମସ୍କଙ୍କ ସ୍ପେସ୍‌ ଏକ୍ସ’ ଦ୍ୱାରା ସୋମବାର ମାତ୍ର ୭ ମିନିଟ ମଧ୍ୟରେ ୫ମ ଷ୍ଟାର୍‌ସିପ୍‌ ରକେଟର ଉତ୍‌କ୍ଷେପଣ ଓ ଅବତରଣ କରାଯାଇଛି, ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri