ଭୋଜି ବନ୍ଦ, କନ୍ୟା ବାପାଙ୍କୁ ଏକଲକ୍ଷ ଜରିମାନା

ଦେବଗଡ଼, ୧୯ା୫ – ଦେବଗଡ଼ ପୌରାଞ୍ଚଳର ପୁରୁଣାଗଡରେ ବୁଧବାର କୋଭିଡ୍‌ ନିୟମ ଉଲ୍ଲଂଘନ କରାଯାଇ ଏକ ବିବାହ ଭୋଜି ଆୟୋଜନ ହୋଇଥିଲା। କିନ୍ତୁ ହଠାତ୍‌ ଚଢ଼ାଉ କରିଥିଲା ପୋଲିସ। ଭୋଜି ବନ୍ଦ କରିବା ସହ ଆୟୋଜନକାରୀ କନ୍ୟାର ବାପାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପୁରୁଣାଗଡ଼ର ସୂର୍ଯ୍ୟକୁମାର ସାହୁଙ୍କ ଝିଅ ବିବାହ ଉତ୍ସବ ଆୟୋଜିତ ହେଉଥିଲା। ବିବାହ ଉତ୍ସବରେ ଭୋଜି ନିମନ୍ତେ ସୂର୍ଯ୍ୟ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ପୋଲିସ ନିକଟରୁ ଅନୁମତି ଆଣିଥିଲେ। ୫୦ ଜଣଙ୍କର ଭୋଜି ବ୍ୟବସ୍ଥା କରାଯିବା ପାଇଁ ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଥିଲା। ମାତ୍ର ୨୫୦ ଲୋକଙ୍କ ପାଇଁ ଭୋଜି ବ୍ୟବସ୍ଥା ହୋଇଥିବା ପୋଲିସ ଖବର ପାଇଥିଲା। ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଓ ସବ୍‌ଇନ୍ସପେକ୍ଟର ପ୍ରତାପ ଦଳେଇ ସଦଳବଳେ ସେଠାରେ ଚଢ଼ାଉ କରିଥିଲେ। ପୋଲିସର ନିର୍ଦ୍ଦେଶ ଅନୁଯାୟୀ ଘର ସମ୍ମୁଖରେ ଭୋଜିରେ ୫୦ ଜଣ ଅଂଶଗ୍ରହଣକାରୀଙ୍କ ତାଲିକା ଝୁଲାଯାଇ ନ ଥିଲା। ପାର୍ଶଲ ବଦଳରେ ଲୋକଙ୍କୁ ଘରେ ଖାଇବାକୁ ଦିଆଯାଉଥିବା ଦେଖିବାକୁ ପାଇଥିଲା ପୋଲିସ। କୋଭିଡ୍‌ ଆଇନ ଉଲ୍ଲଂଘନ ଅଭିଯୋଗରେ ସୂର୍ଯ୍ୟଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା

ପୁରୀ,୧୨।୧୧: ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ପ୍ରବେଶ କରିଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ମହିଳା ଜଣଙ୍କ ପଳାଇଛନ୍ତି। ସେଠାରେ ତାଙ୍କୁ ଜଗନ୍ନାଥ ଟେମ୍ପୁଲ ପୋଲିସ...

ମିଥ୍ୟା ସତ୍ୟପାଠ ମାମଲା: ହାଇକୋର୍ଟରେ ଜବାବ ଦାଖଲ ଅରୁଣ ସାହୁ

କଟକ,୧୨।୧୧(କାର୍ତ୍ତିକ ସାହୁ): ନୟାଗଡ଼ ବିଧାନସଭା ମିଥ୍ୟା ନିର୍ବାଚନୀ ମାମଲାରେ ମଙ୍ଗଳବାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଏହାସହ ଅରୁଣଙ୍କ ପକ୍ଷରୁ...

ହତାଶା ଲୁଚାଇବାକୁ ବୟାନବାଜି କରୁଛି ବିଜେଡି: ଜୁଏଲ ଓରାମ

ଭୁବନେଶ୍ୱର,୧୨।୧୧: ଭାଜପା ସରକାର ଭାଙ୍ଗିଯିବ ବୋଲି ବିଜେଡିର ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କଟାକ୍ଷ କରିଛନ୍ତି। ବିଜେଡି ନିଜ ହତାଶା ଲୁଚାଇବାକୁ ଏଭଳି କହୁଛି। ସେମାନେ...

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ: ଶ୍ରଦ୍ଧାଳୁଙ୍କ ଭିଡ଼

ସାକ୍ଷୀଗୋପାଳ,୧୨।୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ପଞ୍ଚୁକ ବ୍ରତ ମଙ୍ଗଳବାର ବଡ଼ ଏକାଦଶୀ ତୀଥିରୁ ଆରମ୍ଭ ହୋଇଛି। ଏହି ଅବସରରେ ଠାକୁର ସାକ୍ଷୀଗୋପାଳ ଏବଂ ମା’...

ଜୟନାରାୟଣଙ୍କ ବିସ୍ଫୋରକ ବୟାନ ପରେ ମୁହଁ ଖୋଲିଲେ ବିଜେଡି ବିଧାୟକ, କହିଲେ…

ଭୁବନେଶ୍ୱର, ୧୨।୧୧: ଜୟନାରାୟଣଙ୍କ ବିସ୍ଫୋରକ ବୟାନ ପରେ ବିଜେଡିର କଡା ଜବାବ। ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସମୟ କହିବ ଆଗକୁ କଣ ହେବ...

ଘରକୁ ଆସିଥିବା ଅତିଥିଙ୍କ ଗଳା କାଟିଦେଲେ…

କୋରାପୁଟ/ନନ୍ଦପୁର,୧୨।୧୧(ଅମିତାଭ ବେହେରା/ସୁନୀଲ ପଣ୍ଡା): ଦୁଇ ଜଣଙ୍କ ଗଳାକାଟିବା ପରେ ନିଜ ଗଳା କଟିଲେ ମାନସିକ ବିକୃତ ଯୁବକ। ଏଭଳି ଏକ ଘଟଣା ଘଟିଛି ଲମତାପୁଟ ଟିକରପଡା...

ବିଜୟଙ୍କୁ କଡ଼ା ଜବାବ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ: ରାଜନୀତି କରନାହିଁ

ଦାରିଙ୍ଗବାଡ଼ି,୧୨।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଆମ୍ବ ଟାକୁଆ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲା। ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର...

ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି! ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମିଳିବ…

ଭୁବନେଶ୍ୱର,୧୨।୧୧: ଚାକିରିଆଙ୍କ ମୃତ୍ୟୁ ପରେ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri