Advertisement

ବୋହୂଙ୍କୁ ଶ୍ୱଶୁରଙ୍କ ବଳାତ୍କାର ଉଦ୍ୟମ

ନିଶ୍ଚିନ୍ତକୋଇଲି,୨୨।୧(ସ୍ବ.ପ୍ର.) : କଟକ ଜିଲା ମାହାଙ୍ଗା ଥାନା ଅଧିନସ୍ଥ ହଳଦିଆ ପଞ୍ଚାୟତ ଇଟାମୁଣ୍ଡୁଲି ଗ୍ରାମରେ ଜଣେ ବୋହୂଙ୍କୁ ଶ୍ୱଶୁର ବଳାତ୍କାର ଉଦ୍ୟମ କରିବା ଥାନାରେ ଅଭିଯୋଗ ହୋଇଛି। ଏହି ଲଜ୍ଜାକର ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗୁରୁବାର ସକାଳୁ ବୋହୂକୁ ଏକାକୀ ପାଇ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ଶ୍ୱଶୁର। ଘରର ଅନ୍ୟ ସମସ୍ତେ ଶୋଇଥିବା ବେଳେ ବୋହୂ ସକାଳୁ ଉଠି ଘରକାମ କରୁଥିଲେ। ଏହି ସମୟରେ ଶ୍ୱଶୁର ବୋହୂଙ୍କୁ ବଳାତ୍କାର ଉଦ୍ୟମ କରିବାରୁ ବୋହୂ ପାଟି କରିଥିଲେ। ଫଳରେ ପରିବାରର ଅନ୍ୟମାନେ ଉଠିପଡ଼ିଥିଲେ। ଏନେଇ ବୋହୂ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଶ୍ୱଶୁରକୁ ଥାନାକୁ ଡାକି ପଚରା ଉଚରା କରୁଛି। ଥାନା ଅଧିକାରୀ ରଞ୍ଜନ ପ୍ରଧାନ ତଦନ୍ତ କରୁଥିବା କହିଛନ୍ତି। ମାମଲା ରୁଜୁ ହୋଇ ନାହିଁ । ଶ୍ୱଶୁର ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ବୋହୂ କହିଛନ୍ତି ମୋ’ ଉପରେ ଶ୍ୱଶୁର ଏହା ପୂର୍ବରୁ ବହୁବାର ନିର୍ଯାତନା ଓ ବଳାତ୍କାର ଉଦ୍ୟମ କରିଛନ୍ତି। ମୁଁ ପୋଲିସର ଦ୍ୱାରସ୍ଥ ହୋଇ ମଧ୍ୟ ନିରାଶ ହୋଇଛି। ମୋତେ ନ୍ୟାୟ ନ ମିଳିଲେ ମୁଁ ମରିଯିବି ବୋଲି ବୋହୂ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share