କପିଲଙ୍କ ସହ ର଼୍ୟାମ୍ପରେ ଚାଲିଲେ ଝିଅ

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କର ୩ ବର୍ଷର ଝିଅ ଅନାୟାରାଙ୍କ ସହ ର଼୍ୟାମ୍ପ୍‌ରେ ଚାଲିଛନ୍ତି। ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କମେଡି କିଙ୍ଗ୍‌ ଝିଅର ହାତ ଧରି ର଼୍ୟାମ୍ପ୍‌ରେ ଚାଲୁଛନ୍ତି। ବାପା-ଝିଅଙ୍କ ଯୋଡି କଳା ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଦେଖାଯାଉଛି।

କପିଲ ମଞ୍ଚରେ ଦର୍ଶକଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇବା ସହ ଝିଅଙ୍କୁ ମଧ୍ୟ ସେମିତି କରିବାକୁ କହିଥିଲେ। ଯାହା ପରେ ଅନାୟାରା ମଧ୍ୟ ହାତ ହଲାଇଥିଲେ। କେବଳ ଏତିକି ନୁହେଁ, କପିଲ ଅନୁରୋଧ କରିବାରୁ ସେ ପ୍ରଶଂସକମାନଙ୍କୁ ଫ୍ଲାଇଙ୍ଗ କିସ୍‌ ମଧ୍ୟ ଦେଇଥିଲେ।

ଭିଡିଓ ଦେଖିବା ପରେ ପ୍ରଶଂସକମାନେ ବହୁତ ସୁନ୍ଦର ବୋଲି କହିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଅନେକ ଲୋକେ ମନ୍ତବ୍ୟରେ ଅନାୟାରାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର କ୍ୟାପ୍‌ଶନ ଲେଖିଛନ୍ତି, ସେ ଜିନି ପରି ଦେଖାଯାଉଛନ୍ତି। ଅନେକ ୟୁଜର ତାଙ୍କୁ ବିଗ୍‌ ବସ୍‌-୧୬ ଖ୍ୟାତି ଅବଦୁ ରୋଜିକଙ୍କ ସହିତ ମଧ୍ୟ ତୁଳନା କରିଛନ୍ତି। ଅନ୍ୟ ଜଣେ ୟୁଜର କହିଛନ୍ତି, ସେ ଅବଦୁ ରୋଜିକଙ୍କ ଭଉଣୀ ପରି ଦେଖାଯାଉଛନ୍ତି।’ ଆଉ ଜଣେ କହିଛନ୍ତି ଝିଅ ବହୁତ ନିରୀହ ଏବଂ ସୁନ୍ଦର ଦେଖାଯାଉଛନ୍ତି।

Share