ମା’ବାପା ସୁପରଷ୍ଟାର, ରିକ୍ସାରେ ସ୍କୁଲ ଯାଉଥିଲେ ଝିଅ

ମୁମ୍ବାଇ: ଉଭୟ ମା’ବାପା ସୁପରଷ୍ଟାର। ବଲିଉଡର ଆଗ ଧାଡ଼ିର ନାୟିକା, ନାୟକ। ଭାରତୀୟ ସିନେ ପ୍ରେମୀଙ୍କୁ ଭେଟି ଦେଇଛନ୍ତି ବହୁ ଚଳଚ୍ଚିତ୍ର। ସେଲିବ୍ରିଟି ଭାବେ ଉଭୟ ଘରେ ଘରେ ପରିଚିତ। କିନ୍ତୁ ଝିଅ ଯିବା ଆସିବା ପାଇଁ ରିକ୍ସା ବ୍ୟବହାର କରନ୍ତି। ଏହା ଆପଣଙ୍କୁ ଅଜବ ଲାଗୁଥିଲେ ବି କଥା ଟା ସତ।

ଏଭର୍‌ ଗ୍ରିନ ହିରୋ ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଅଲିଅଳି କନ୍ୟା ଇଶାଙ୍କ କଥା। ବାପା ମା’ ସୁପରଷ୍ଟାର ହୋଇଥିଲେ ମଧ୍ୟ ତାଙ୍କ ପିଲାଦିନ ବେଶ ସାଧା ସିଧା ରହିଥିଲା। ବାପା ମା’ ଇଶାଙ୍କୁ ସବୁବେଳେ କୃତଜ୍ଞ ରହିବାକୁ ବୁଝାଉ ଥିଲେ। ଏପରି କି ସେ ସ୍କୁଲରେ ଜଣେ ସେଲିବ୍ରିଟିଙ୍କ ଝିଅ ଭାବେ ନୁହେଁ, ଜଣେ ସାଧାରଣ ଘରର ଝିଅ ଭାବେ ବ୍ୟବହାର କରୁଥିଲେ। ବେଳେବେଳେ ତାଙ୍କୁ ରିକ୍ସାରେ ସ୍କୁଲ ଯିବାକୁ ପଡୁଥିଲା ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଇଶା ଦେଓଲ।

Share