ଓଟଓ୍ବା,୩୧।୧: ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହିତ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ କରାଯାଇଥିଲା। ଏହାର ଗୁଞ୍ଜରଣ ସାରା ଦୁନିଆରେ ବ୍ୟାପିଥିଲା। ସମଗ୍ର ବିଶ୍ୱରେ ୧.୨ ବିଲିୟନ ହିନ୍ଦୁଙ୍କ ପାଇଁ ଏହା ଏକ ନୂତନ ଯୁଗର ଆରମ୍ଭ। କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି।
ବୁଧବାର ରାମ ମନ୍ଦିର ଉପରେ କାନାଡା ସଂସଦରେ ଭାଷଣ ଦେବାବେଳେ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି, ଯେତେବେଳେ ରାମ ମନ୍ଦିର ଉଦ୍ଘାଟନ ହୋଇଥିଲା, ସେତେବେଳେ ମୁଁ ଓଟଓ୍ବା ହିନ୍ଦୁ ମନ୍ଦିରରେ ଥିଲି ଏବଂ ଏହାର ଲାଇଭ କଭରେଜ ଦେଖିଥିଲି। ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା। ବିଶ୍ୱର ସର୍ବ ପୁରାତନ ଧର୍ମର ଇତିହାସରେ, ଜାନୁଆରୀ ୨୨, ୨୦୨୪ କାନାଡ଼ାରେ ଏକ ମିଲିୟନ ହିନ୍ଦୁ ସମେତ ୧.୨ ବିଲିୟନ ହିନ୍ଦୁମାନଙ୍କ ପାଇଁ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ବ:ର୍ଷ ବର୍ଷ ଧରି ପ୍ରତୀକ୍ଷା ଏବଂ ଅପାର ବଳିଦାନ ପରେ ଅଯୋଧ୍ୟାରେ ଥିବା ଈଶ୍ୱରୀୟ ମନ୍ଦିର ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ସହିତ ଉଦ୍ଘାଟିତ ହୋଇଥିଲା, ଯାହା ଏକ ପ୍ରତିମାକୁ ଦେବତା ରୂପେ ପରିଣତ କରିଥିଲା।
କାନାଡାର ପ୍ରାୟ ୧୧୫ଟି ମନ୍ଦିର ଏବଂ ଇଭେଣ୍ଟରେ ଅନ୍ୟ ହିନ୍ଦୁମାନଙ୍କ ପରି ମୁଁ ମଧ୍ୟ ଅଟ୍ଟୋ ହିନ୍ଦୁ ମନ୍ଦିରରେ ଏହି ଭାବପ୍ରବଣ ମୁହୂର୍ତ୍ତର ଲାଇଭ କଭରେଜ ଦେଖିଥିଲି ବୋଲି ଭାରତୀୟ ମୂଳ କାନାଡିୟ ସାଂସଦ ଆର୍ଯ୍ୟ କହିଛନ୍ତି।
ଭାରତକୁ ହିନ୍ଦୁମାନଙ୍କର ଜନ୍ମସ୍ଥାନ ବୋଲି ବର୍ଣ୍ଣନା କରି ସେ ଆହୁରି କହିଛନ୍ତି, ଭାରତ, ହିନ୍ଦୁ ଧର୍ମର ଜନ୍ମସ୍ଥାନ, ଏକ ପ୍ରମୁଖ ବିଶ୍ୱ ଅର୍ଥନୈତିକ ଏବଂ ଭୌଗୋଳିକ ଶକ୍ତି ଭାବରେ ଉଭା ହେବା ପାଇଁ ଏହାର ସଭ୍ୟତାକୁ ପୁନଃ ନିର୍ମାଣ କରୁଛି।