କଟକ ଅଫିସ,୨୩।୯: ଆଗକୁ ଆସୁଛି କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ମନ୍ଦିର, ପୀଠମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ଆଠଗଡ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କାର୍ତ୍ତିକ ବ୍ରତ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଅକ୍ଟୋବର ୧୦ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ ହେବ। ନଭେମ୍ବର ୬ରେ ବଡ ଓଷା ଏବଂ ୭ ତାରିଖ ସକାଳେ ଗଜଭୋଗ ମିଳିବ। ନଭେମ୍ବର ୯ରେ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।