Categories: ଖେଳ

ଯେଉଁ ଦିନ ଏହି ଖେଳାଳି ଅବସର ନେବେ, ସେଦିନ ମୁଁ ଅଧିନାୟକ ପଦରୁ ଇସ୍ତଫା ଦେବି: ଜାଣନ୍ତୁ ଏମିତି କାହିଁକି କହିଲେ ଅଷ୍ଟ୍ରେଲୀୟ ଅଧିନାୟକ

ସିଡନୀ,୩।୩: ନ୍ୟୁଜିଲାଣ୍ଡକୁ ନିଜ ଘରେ ପରାସ୍ତ କରିବା ପରେ ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସ ଅଧିନାୟକତ୍ୱ ଛାଡିବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପ୍ରଥମ ଟେଷ୍ଟରେ କିୱିଙ୍କୁ ୧୭୨ ରନ୍‌ରେ ପରାସ୍ତ କରିବା ପରେ ସାମ୍ବାଦିକ ସମ୍ମିଳନୀକୁ ଆସିଥିବା କ୍ୟାପଟେନ ପ୍ୟାଟ କମିନ୍ସ କହିଛନ୍ତି, ଯେଉଁ ଦିନ ତାଙ୍କ ଦଳର ଜଣେ ଖେଳାଳି ଅବସର ନେବେ ସେ ସେ ଅଧିନାୟକ ପଦରୁ ଇସ୍ତଫା ଦେବେ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟରେ ସିନିୟର ଅଫ ସ୍ପିନର ନାଥାନ ଲିଅନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ଏହି ମ୍ୟାଚରେ ଲିଅନ ୧୦ ଉଇକେଟ ନେଇଥିଲେ।
ପ୍ୟାଟ କମିନ୍ସ କହିଛନ୍ତି, ଆମ ପାଇଁ ସବୁଠାରୁ ଭଲ କଥା ହେଉଛି ନାଥନ ଲିଅନ ବହୁତ ନିୟନ୍ତ୍ରଣରେ ବୋଲିଂ କରନ୍ତି। ମୁଁ ଚାହୁଁଛି ସେ ଅନ୍ତତଃ ପକ୍ଷେ ୨୦୨୭ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ଟେଷ୍ଟ କ୍ରିକେଟ ଖେଳନ୍ତୁ। ତଥାପି ଏହା ବାକି ରହିଲା। ତାଙ୍କ ଶରୀର କିପରି ପ୍ରତିକ୍ରିୟା କରୁଛି ତାହା ଦେଖିବା ମଜାଦାର ହେବ। ଯଦି ସେ ଫିଟ ରୁହନ୍ତି, ତେବେ ସେ ଗୋଟିଏ ବର୍ଷରେ ସହଜରେ ୧୦ଟି ଟେଷ୍ଟ ମ୍ୟାଚ ଖେଳିପାରିବେ।
ପ୍ୟାଟ କମିନ୍ସ ଆହୁରି ମଧ୍ୟ କୁହନ୍ତି, ମୁଁ ଭାବୁଛି ନାଥନ ଲିଅନ ୨୦୨୭ ପର୍ଯ୍ୟନ୍ତ ସହଜରେ ଖେଳି ପାରିବେ। ତାଙ୍କ ରାସ୍ତାରେ କେହି ଆସୁ ନାହାଁନ୍ତି। ମୁଁ ତାଙ୍କୁ କହିସାରିଛି ଯେ ସେ ଯେଉଁ ଦିନ ଅବସର ନେବେ, ମୁଁ ଅଧିନାୟକ ପଦରୁ ଇସ୍ତଫା ଦେବି।

Share