ଘରେ ଝୁଲୁଛି ମୃତଦେହ, ଚଟାଣରେ ଲେଖାହୋଇଛି ଆମେ ବିଷ ପିଇଛୁ

ଢେଙ୍କାନାଳ ଅଫିସ,୧୦ା୬: ଢେଙ୍କାନାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ପରସ୍ପର ଏକାଠି ପ୍ରଥମେ ବିଷ ପିଇବା ପରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁଛି।

ଢେଙ୍କାନାଳ ଜିଲା ସଦରଥାନା କାଙ୍କଡ଼ପାଳ ଗାଁରେ। ଚଟାଣରେ ଆମେ ବିଷ ପିଇଛୁ ବୋଲି ମଧ୍ୟ ଲେଖାଯାଇଛି। ତେବେ, ଏହି ଦମ୍ପତି ଋଣ ଭାର ସହି ନ ପାରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତ ଦମ୍ପତି ହେଲେ ବିଶିକେଶନ ସାହୁ ଓ ସ୍ତ୍ରୀ ମାମା ସାହୁ । ଦମ୍ପତିଙ୍କର ବିବାହ ପ୍ରାୟ ୧୫ ବର୍ଷ ହେବ ଓ ତାଙ୍କର ଗୋଟିଏ ୧୪ବର୍ଷର ପୁଅ ମଧ୍ୟ ରହିଛି । ଘରର ଉପର ମହଲା ଛାତର ଏକ ପରିତ୍ୟକ୍ତ ଘରେ ଉଭୟେ ଆତ୍ମହତ୍ୟା କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

Share