Categories: Uncategorized

ରେଳ ଧାରଣାରେ ପଡ଼ିଛି ମୃତଦେହ, ହତ୍ୟା ସନ୍ଦେହ

କେନ୍ଦୁଝର,୯ା୪(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ନରଣପୁର ନିକଟ ଘଡ଼ଘଡ଼ି ମନ୍ଦିର ନିକଟରେ ରେଳ ଧାରଣାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ରବିବାର ଜବତ ହୋଇଛି। କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଛି ନା ଆତ୍ମହତ୍ୟା ନା ରେଳ ଧକ୍କାରେ ମୃତ୍ୟୁ ଘଟିଛି ତାହା ସଠିକ ଜଣାପଡ଼ିନାହିଁ। ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରଖିବା ସହ ତଦନ୍ତ ଆରମ୍ଭ କରିଛି। ତାଙ୍କର ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି।