ନିଖୋଜର ୧୬ ଦିନ ପରେ ନାଳରୁ ମିଳିଲା ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଝରିଗାଁ,୨୩ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାା ଝରିଗାଁ ଥାନା ଅର୍ନ୍ତଗତ ଗୁରୁସିଙ୍ଗା ଜଙ୍ଗଲ ମଧ୍ୟରେ ରହିଥିବା ଶୁଷ୍କ ନାଳ ମଧ୍ୟରୁ ସ୍ଥାନୀୟ ପୋଲିସ ଏକ ଗଳିତ ମୃତହେଦ ଉଦ୍ଧାର କରିଛି। ଘଟଣାସ୍ଥଳରେ ପୋଲିସ ଏସ୍‌ଡିପିଓ ମଧୁସ୍ମିତା ମିଶ୍ର, ଥାନା ଏସ୍‌ଆଇ କେ. ଲକ୍ଷ୍ମୀନାରାୟଣ ଦୋରା, ଏଏସ୍‌ଆଇ କେଦାରନାଥ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ପ୍ରାପ୍ତ ଖବରରୁ ଜଣାପଡ଼ିଛି, ଝରିଗାଁ ନିବାସୀ ସୁବାସ ପାଣ୍ଡେଙ୍କ ପୁଅ କ୍ଷୀରଧର ପାଣ୍ଡେ (୧୫) କୌଣସି କାରଣରୁ ଚଳିତ ମାସ ୮ତାରିଖରୁ ଘରୁ ବାହାରି ଅନ୍ୟତ୍ର କୁଆଡ଼େ ଚାଲିଯାଇଥିଲେ। ଏନେଇ ଝରିଗାଁ ଥାନାରେ ଏକ ନିଖୋଜ ହୋଇଥିବା ନେଇ ବାପା ସୁବାସ ଅଭିଯୋଗ ଜଣାଇଥିଲେ। ଥାନା କେସ୍‌ ନମ୍ବର ୧୭୪/୨୦୨୪ରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ତଦନ୍ତକାରୀ ଅଫିସର କେଦାରନାଥ ରାଉତ ପ୍ରକାଶ କରିଛନ୍ତି। ପରିବାର ଲୋକେ ଝରିଗାଁ ସମେତ ଆଖପାଖ ଗାଁ, ସମସ୍ତ ସମ୍ପର୍କୀୟ ଘରେ ଏବଂ ସାଙ୍ଗ ସାଥୀଙ୍କ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କ୍ଷୀରଧରଙ୍କ କୌଣସି ପତ୍ତା ମିଳି ନ ଥିଲା। ଗତ ମଙ୍ଗଳବାର ଗୁରୁସିଙ୍ଗା ପଞ୍ଚାୟତର କିଛି ମହିଳା ନିକଟସ୍ଥ ଜଙ୍ଗଲକୁ ଶୁଖିଲା କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। ସେଠାରେ କିଛି ଦୁର୍ଗନ୍ଧ ହେଉଥିବା ନେଇ ସନ୍ଧ୍ୟାରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ। ଏହାପରେ ବୁଧବାର ଗୁରୁସିଙ୍ଗା ସରପଞ୍ଚ ମୋହନ ନାୟକ ଏବଂ ବଞ୍ଜିଆମ୍ବା ଗ୍ରାମରେ ରହୁଥିବା ହୋମଗାର୍ଡ ପତିରାମା ମାଝୀ ଘଟଣା ସ୍ଥଳେ ପହଞ୍ଚିଥିଲେ। ସେଠାରେ ଜଣକଙ୍କ ଗଳିତ ମୃତଦେହ ଏକ ଶୁଷ୍କ ନାଳ ମଧ୍ୟରେ ପଡ଼ିରହିଛି। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା।

ସନ୍ଦେହ କରି ପୋଲିସ ଗଳିତ ମୃତଦେହକୁ ଚିହ୍ନଟ ପାଇଁ କ୍ଷୀରଧରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ଏହାପରେ କ୍ଷୀରଧରଙ୍କ ବଡ଼ ବାପା ଝରିଗାଁ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଦେବେନ୍ଦ୍ର ପାଣ୍ଡେ ଘଟଣାସ୍ଥଳରେ ପହଞ୍ଚି ପୁତୁରା ପିନ୍ଧିଥିବା ପ୍ୟାଣ୍ଟ ଟି-ଶର୍ଟ ଏବଂ ହାତରେ ପିନ୍ଧିଥିବା ପ୍ଲାଷ୍ଟିକ ରିଷ୍ଟ ବ୍ୟାଣ୍ଡକୁ ଦେଖି ସେ ନିଜ ପୁତୁରା କ୍ଷୀରଧର ବୋଲି ପୋଲିସକୁ ଚିହ୍ନଟ କରିଥିଲେ। ନିଖୋଜ ହେବାର ୧୬ ଦିନ ପରେ ପୁଅର ମୃତ୍ୟୁ ହୋଇଥିବା ଦେଖି ପରିବାର ତଥା ସମ୍ପର୍କୀୟଙ୍କ ମଧ୍ୟରେ ଏକ ଶୋକର ଛାୟା ଖେଳିଯାଇଛି।
କ୍ଷୀରଧରଙ୍କୁ କେହି ହତ୍ୟା କରିଥିବା ନେଇ ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛନ୍ତି। କ୍ଷୀରଧର ଝରିଗାଁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ର ଅଟନ୍ତି। ସେ ଜଣେ ବହୁତ ସରଳ ଶାନ୍ତଶିଷ୍ଟ ଛାତ୍ର ରହିଥିବା ବେଳେ, ତାଙ୍କର ମୃତ୍ୟୁ ଘଟଣାକୁ ନେଇ ବିଦ୍ୟାଳୟରେ ସମସ୍ତ ଛାତ୍ରୀଛାତ୍ର ତଥା ଶିକ୍ଷୟିତ୍ରୀ ଶିକ୍ଷକ ମହଲରେ ଶୋକ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ

ମାଲକାନଗିରି, ୨୩ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଘନବେଡ଼ା ଓ ଗୁରାସେତୁ ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ମାଓବାଦୀ ଡମ୍ପ ଜବତ କରିବା...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ, କେରଳରୁ ଗିରଫ ହେଲେ ଅଭିଯୁକ୍ତ

ବୁଗୁଡ଼ା,୨୩ା୧୦(କାଳୀଚରଣ ଦାଶ): ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୁଦୂର କେରଳରୁ ଗିରଫ...

୨ ଦିନ ହାଇକୋର୍ଟ ଛୁଟି

କଟକ,୨୩ା୧୦ (କାର୍ତ୍ତିକ ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ,...

ଏଟିଏମ୍‌ କାର୍ଡ ବଦଳାଇ ଦୁର୍ବୃତ୍ତ ଲୁଟିନେଲେ ଏତିକି ଟଙ୍କା, ପଛରେ ରହି ପିନ୍‌…

ହିଞ୍ଜିଳିକାଟୁ,୨୩ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଏଟିଏମ୍‌ରେ ଚତୁରତାର ସହ କାର୍ଡ ବଦଳାଇ ଟଙ୍କା ଲୁଟ୍‌ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ହିଞ୍ଜିଳି ବଡ଼ସାହିର ଉଦୟନାଥ...

ଅଫ୍‌ଲାଇନ୍‌ରେ ବାଲିଯାତ୍ରା ଷ୍ଟଲ୍‌ ପଞ୍ଜୀକରଣ ସ୍ଥଗିତ

କଟକ,୨୩ା୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାରେ ଷ୍ଟଲ୍‌ ଖୋଲିବା ନିମନ୍ତେ ପ୍ଲଟ୍‌ ପଞ୍ଜୀକରଣ ଦୁଇ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି...

ଘରେ ପଶି ସୁନାଗହଣା ଲୁଟି ନେଇଥିଲେ ୩ ନାବାଳକ, ଚୋରିର ଏମିତି ପର୍ଦ୍ଦାଫାଶ କଲା ପୋଲିସ

ଦିଗପହଣ୍ଡି/ପାଟପୁର,୨୩ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ନୂଆଗଡ଼ ଗ୍ରାମରେ ଗତ ୯ ତାରିଖ ସାରେ ଘରେ ପଶି ସୁନାଗହଣା ଲୁଟ୍‌ ଘଟଣାର...

ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୦: ବୁଧବାର ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉକ୍ତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ମୁଖ୍ୟ...

ବିଲକୁ ଯାଇଥିବାବେଳେ ଆକ୍ରମଣ କଲା ବାର୍‌ହା, ଚାଲିଗଲା ମହିଳାଙ୍କ ଜୀବନ

ଛତ୍ରପୁର,୨୩ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗାଁରେ ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଶୋଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri