ନିରାକାରପୁର,୨୯ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ଏସ୍ଆଇ ସ୍ବାଗତିକା ବେହେରା ଶନିବାର ସକାଳେ ଆତ୍ମହତ୍ୟା କରିଥିଲେ। ତେବେ ସୋମବାର ତାଙ୍କ ମୃତଦେହ ନିଜ ଗ୍ରାମ ଖୋର୍ଦ୍ଧା ଜିଲା ନିରାକାରପୁରରେ ପହଞ୍ଚିବା ପରେ ସ୍ଥାନୀୟ କଲେଜ ଛକଠାରେ ମୃତଦେହ ରଖି ରାସ୍ତାରୋକୋ କରିଛନ୍ତି।
ଫ୍ୟାମିଲି ପେନ୍ସନ୍, ଘରର ଜଣଙ୍କୁ ଚାକିରି, ଜଣେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ୱାରା ତଦନ୍ତ ଭାର ଦେବା ଦାବି ନେଇ ଏହି ରାସ୍ତାରୋକୋ କରାଯାଇଥିବା ଆନ୍ଦୋଳନକାରୀମାନେ କହିଛନ୍ତି।