ମହାନଦୀରେ ଭାସୁଛି ରେଭେନ୍ସାର ପୂର୍ବତନ ପ୍ରଫେସରଙ୍କ ମୃତଦେହ 

କଟକ,୧୭।୧୨: ମହାନଦୀରେ ଭାସୁଛି ପୂର୍ବତନ ପ୍ରଫେସରଙ୍କ ମୃତଦେହ। କଟକ ଯୋବ୍ରା ବ୍ୟାରେଜ ନିକଟ ମହାନଦୀରୁ ପ୍ରଫେସରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ରେଭେନ୍ସାର ପୂର୍ବତନ ପ୍ରଫେସର ବୈଷ୍ଣବ ଚରଣ ସିଂ। ତାଙ୍କ ଘର ରାଜେନ୍ଦ୍ରନଗରରେ।
ବୈଷ୍ଣବ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପାଖାପାଖି ରହୁଥିଲେ।  ସେ ୧୫ ତାରିଖରୁ ନିଖୋଜ ଥିଲେ। ଏ ନେଇ ପରିବାର ଲୋକେ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ। ସକାଳେ ବୈଷ୍ଣବଙ୍କ ମୃତଦେହ ମହାନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏ ନେଇ ପୋଲିସକୁ ଜଣାଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି।
ପୂର୍ବତନ ପ୍ରଫେସରଙ୍କ କିପରି ମତ୍ୟୁ ଘଟିଲା ଓ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହାର କାରଣ ଜଣାପଡ଼ି ନାହିଁ। ବୈଷ୍ଣବ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ପୁଲିସ ପୂର୍ବତନ ପ୍ରଫେସରଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି।

Enter your email to get our daily news in your inbox.

All Right Reserved By Dharitri.Com

ବଡଦିନ ପାଇଁ ପ୍ରସ୍ତୁତି ଆରମ୍ଭ: ଟ୍ରାଫିକ ନିୟନ୍ତ୍ରଣ ସହ ଗାଡିମୋଟର ହେବ ନିୟମିତ ଯାଞ୍ଚ୍‌

ଦାରିଙ୍ଗବାଡି, ୧୭।୧୨ (ଅରୁଣ ସାହୁ): ଆଉ କିଛି ଦିନ ପରେ ବଡଦିନ ଆସୁଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ଦାରିଙ୍ଗବାଡି ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି। ଖ୍ରୀଷ୍ଟଧର୍ମାଲମ୍ବୀମାନେ...

ଜନ୍ମ-ମୃତ୍ୟୁ ପଞ୍ଜିକରଣ ପାଇଁ ଚଞ୍ଚକତା:କାର୍ଯ୍ୟାଳୟକୁ ଘେରିଲେ ଓକିଲ ସଙ୍ଘ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟରେ ଉତ୍କୋଚ ପାଇଁ ଚଞ୍ଚକତା କରାଯାଉଛି। ଏହାକୁ...

କୋଲଡ୍ରିଙ୍କସ ବୋତଲରେ ଦେଶୀ ମଦ ଚାଲାଣ

ଉଦଳା,୧୭।୧୨: ମୟୂରଭଞ୍ଜ ଜିଲା ଉଦଳା ବସଷ୍ଟାଣ୍ଡରୁ ପୋଲିସ ୧୮୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା...

ଏମ୍ସକୁ ଦେହ ଭଲ କରିବାକୁ ଯାଇଥିଲେ, ହେଲେ ମିଳିଳା ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୧୭।୧୨: ଭୁବନେଶ୍ୱର ଏମ୍ସ ଅର୍ଥୋପେଡିକ ୱାର୍ଡ ଭିତରେ ଜଣେ ରୋଗୀଙ୍କ ସନ୍ଦେହ ଜନକ ମତ୍ୟୁ ଘଟିଛି। ବେଡ ଉପରେ ଲାଗିଥିବା ଫ୍ୟାନରୁ ରୋଗୀଙ୍କ ଝୁଲନ୍ତା ଅବସ୍ଥାରେ...

ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବଡସାହି ଥାନା ଅଧିନ ବଡସାହି-ମାଣତ୍ରୀ ରାସ୍ତାର ଅଙ୍ଗାରୀ ଛକରେ ଜନୈକା ଯୁବତୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକର ପରିଚୟ...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ମନେପକାଇଲେ ରାଜ ପରିବାର

ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଆଧୁନିକ ଓ ଅନ୍ୟତମ ବିନ୍ଧାଣୀ...

ସାବାଡ଼ ହେବେ ଶିକାରୀ: ଡେବ୍ରିଗଡ଼ରେ ଲାଗିବ ସ୍ପାଏ କ୍ୟାମେରା

ଭୁବନେଶ୍ୱର,୧୭।୧୨: ସାବାଡ଼ ହେବେ ଶିକାରୀ। ଶିକାରୀଙ୍କୁ ଧରିବାକୁ ଜଙ୍ଗଲରେ ଲାଗିବ ସ୍ପାଏ କ୍ୟାମେରା। ଏନେଇ ବନ ବିଭାଗ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ...

ସାପ୍ତାହିକ ହାଟରୁ ଅର୍ଦ୍ଧଦଗ୍ଧ ମୃଦଦେହ ଜବତ:ହତ୍ୟା ସନ୍ଦେହ

ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ଜଣେ ଅଜଣା ବ୍ୟକ୍ତିକୁ କେହି ଦୁର୍ବୃତ୍ତ ହତ୍ୟା ପରେ ନିଆଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri