ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ

କଟକ,୯ା୯: କଟକ ସିଡିଏ ସେକ୍ଟର-୯ସ୍ଥିତ ବନ୍ଦ ଘରୁ ସୋମବାର ଜଣେ ଅଧ୍ୟାପିକାଙ୍କ ମୃତଦେହ ଜବତ କରାଯାଇଛି। ମୃତ ଅଧ୍ୟାପିକା ଜଣକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ଅନନ୍ୟା ଚକ୍ରବର୍ତ୍ତୀ। ସେ ପଶ୍ଚିମବଙ୍ଗର ହୋଇଥିବା ବେଳେ ସିଡିଏ ସେକ୍ଟର-୯ରେ ଭଡ଼ାରେ ରହୁଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Share