କେନାଲରେ ଭାସି ଯାଉଥିଲା ଅଜଣା ଯୁବକଙ୍କ ମୃତଦେହ, ମୁହଁରେ ରହିଛି…

ନିଶ୍ଚିନ୍ତକୋଇଲି,୧୨ା୯(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ୮ନମ୍ବର କେନାଲରେ  ଅଜଣା ଯୁବକଙ୍କ ମୃତଦେହ ଭାସି ଯାଉଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ନିକଟରୁ ମୃତଦେହ ଉଦ୍ଧାର କରିଥିଲେ। ନିଶ୍ଚିନ୍ତକୋଇଲି ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ମେଡିକାଲ ପଠାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ମୃତଦେହ ଚିହ୍ନଟ ହୋଇପାରିନାହିଁ। ତେବେ ମୃତକଙ୍କ ମୁହଁରେ କ୍ଷତ ରହିଥିବା ଦେଖିବାକୁ ମିଳିଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।