ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇକିଆ, ୨୭।୩(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ଦାଗଡି ନିକଟରେ ସୋମବାର ଏକ ଗଛରୁ ଜଣେ ଯୁବକଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ରାଇକିଆ ଚୁନପଲ୍ଲୀ ଅଞ୍ଚଳର ଅରବିନ୍ଦ ଦଳ ବେହେରା। ସୂଚନାଯୋଗ୍ୟ, ଅରବିନ୍ଦ ରବିବାର ସନ୍ଧ୍ୟାରୁ ଘରୁ ବାହାରକୁ ଯାଇ ରାତି ସୁଦ୍ଧା ଘରକୁ ଫେରି ନ ଥିଲେ। ତେବେ ସୋମବାର ସକାଳୁ ଦାଗଡି ନିକଟ ଏକ ଗଛରେ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ଜି ଉଦୟଗିରି ଏସଡି ପିଓ ତିରୁମାଲା ପଟ୍ଟନାୟକ ଏବଂ ରାଇକିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର ଫରେନ୍ସିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ରାଇକିଆ ଥାନାରେ କେସ ନଂ ୨୫/୨୩ ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।