ତିହିଡି  ଛକରୁ ମିଳିଲା ଯୁବକଙ୍କ ମୃତଦେହ

ଭଦ୍ରକ,୧୫।୧୦(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଆରଡ଼ି ଛକ ନିକଟରୁ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ତିହିଡି ଗ୍ରାମର ଦୀପକ ଓଝା (୩୦)।
ଘଟଣାସ୍ଥଳରୁ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ କିପରି ଯୁବକଙ୍କ ମୃତ୍ୟୁ ହେଲା ସେ ନେଇ ତଦନ୍ତ ଆରମ୍ଭ କରିଛି ।
ଯୁବକ ଜଣକ ନିଶା ସେବନ କରି ଏପରି ଘଟିଥିବା ପୋଲିସ ସନ୍ଦେହ କରୁଛି। ତାଙ୍କ ନିକଟଟରେ ବ୍ରାଉନ ସୁଗାର, ସିଗାରେଟ, ଦିଆସିଲି, ଗୁଟକା ପଡ଼ିଥିବା ବେଳେ ତାଙ୍କ ବାଇକ ସେଠାରେ ଥିଲା । ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।