ଥାନା ସମ୍ମୁଖ ଝୁମ୍ପୁଡ଼ିରେ ଯୁବକଙ୍କ ମୃତଦେହ

ଭୁବନେଶ୍ୱର, ୧୫।୬, ସତ୍ୟଜିତ୍‌ ରାଉତ: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ସାମ୍ନାରେ ବୁଧବାର ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଥାନା ନିକଟରୁ ପ୍ରାୟ ୩୦ ମିଟର ଦୂର ରାସ୍ତା କଡ଼ରେ ଥିବା ଏକ ଝୁମ୍ପୁଡ଼ି ଘର ଭିତରୁ ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳି ନ ଥିବାରୁ ପୋଲିସ ଅଡ଼ୁଆରେ ପଡ଼ିଛି। ଯୁବକଙ୍କ ମୁହଁରୁ ରକ୍ତ ଝରୁଥିବା ଦେଖିବାକୁ ମିଳିଛି। ଏହି ରକ୍ତ ତାଙ୍କ ନାକରୁ ଝରୁଥିବା କୁହାଯାଉଛି। ତେବେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ। ଗୁରୁବାର ମୃତଦେହର ବ୍ୟବଚ୍ଛେଦ ହେବ, ଏହାର ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ମୃତଦେହ ମିଳିଥିବା ସ୍ଥାନକୁ ପୋଲିସ ସିଲ୍‌ କରି ନିଷିଦ୍ଧାଞ୍ଚଳ ବୋଲି ଘୋଷଣା କରିଛି। ଗୁରୁବାର ସକାଳେ ସେଠାରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ନମୁନା ସଂଗ୍ରହ କରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ମୃତବ୍ୟକ୍ତିଜଣକ କୌଣସି ଗାଡିର କର୍ମଚାରୀ ହୋଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ଥାନା ନିକଟରେ ଟ୍ରକ୍‌ ପାର୍କିଂ କରୁଥିବା ଡ୍ରାଇଭର ଓ ହେଲ୍‌ପର୍‌ମାନେ ରାସ୍ତା କଡ଼ରେ ଏକ ଅସ୍ଥାୟୀ ଝୁମ୍ପୁଡ଼ି ଘର ନିର୍ମାଣ କରିଛନ୍ତି। ସେଠାରେ ବହୁ ସମୟରେ ଡ୍ରାଇଭର ଓ ହେଲ୍‌ପରମାନେ ବିଶ୍ରାମ କରିବା ସହ ଖଟି ମଧ୍ୟ କରନ୍ତି। ତେବେ ଉକ୍ତ ଘରେ ଏକ ପ୍ଲାଇ ଓ ବାଉଁଶ ଦ୍ୱାରା ହୋଇଥିବା ଅସ୍ଥାୟୀ ଟେବୁଲ ଉପରେ ଯୁବକ ଜଣଙ୍କ ଶୋଇଥିବା ସା ସମୟରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦେଖିବାକୁ ପାଇଥିଲେ। ଯୁବକ ଜଣଙ୍କ ଏକ ଫୁଲ୍‌ ସ୍ପୋଟର୍‌ସ ପ୍ୟାଣ୍ଟ ପିନ୍ଧିଥିବା ବେଳେ ମୁଣ୍ଡ ତଳେ ଏକ ଗାମୁଛା ଥିଲା। ଏଥିସହ ଏକ ନାଲି ବ୍ୟାନିଅନ୍‌ ତାଙ୍କ ମୁଣ୍ଡ ଉପରେ ଘୋଡ଼ା ହୋଇଥିଲା। ଲୋକମାନେ ତାଙ୍କୁ ଡାକିବାରୁ ସେ ଶୁଣି ନ ଥିଲେ। ତେଣୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ସେମାନେ ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ହସ୍ପିଟାଲ ପଠାଇଥିଲା। ତେବେ ମୃତଦେହ ମିଳିଥିବା ସ୍ଥାନରେ ମଦ ବୋତଲ ଓ ପାଣି ବୋତଲ ଆଦି ପଡ଼ିଥିବାରୁ ଏହାକୁ ନେଇ ଅଧିକ ଚର୍ଚ୍ଚା ସୃଷ୍ଟି ହୋଇଛି। ଏପରିକି ସେଠାରେ ଅସାମାଜିକ ଯୁବକମାନେ ମଦ୍ୟପାନ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ କୌଣସି କାରଣକୁ ନେଇ ସମ୍ପୃକ୍ତ ଯୁବକଙ୍କ ମୁହଁକୁ କପଡ଼ାରେ ଭିଡ଼ି ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଏପଟେ ଯୁବକଙ୍କ ପରିଚୟ ପାଇବା ପାଇଁ ପୋଲିସ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କୁ ମିଳିବ ୨ ସ୍ବାସ୍ଥ୍ୟ କାର୍ଡ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ, କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ

ଭୁବନେଶ୍ୱର,୨୮।୧୦: ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କାର୍ଡରେ ୨୭...

କେଉଁ ଦିନ ପାଳନ କରିବେ ଦୀପାବଳି, ୩୧ ନା ୧, ଦ୍ୱନ୍ଦରେ ଅଛନ୍ତି କି?

ଭୁବନେଶ୍ୱର,୨୮।୧୦: ପୂର୍ବରୁ ଅନେକ ପର୍ବପର୍ବାଣୀ ଦୁଇଦିନ ପଡ଼ିଥିବାବେଳେ ଏବେ ଦୀପାବଳିକୁ ନେଇ ପୁଣି ଦ୍ବନ୍ଦ୍ବ ଦେଖାଦେଇଛି । ବିଭିନ୍ନ ପାଞ୍ଜିରେ ଏନେଇ ଭିନ୍ନ ଭିନ୍ନ ଦିନ...

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୧୦: ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି...

ଘଡ଼ଘଡି ସହ ହେବ ପ୍ରବଳ ବର୍ଷା: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୧୦: ଉପକୂଳବର୍ତ୍ତୀ ଓଡିଶା ଉପରେ ଊର୍ଦ୍ଧ୍ୱ ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛିି। ଏହି କ୍ରମରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ...

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

ଆଇନ ମନ୍ତ୍ରୀ ଦେଲେ ବଡ଼ ସୂଚନା: ସରକାର ଆଣିବେ ଏକ ନୂଆ ଯୋଜନା, ଏଥିରେ ରହିଛି…

ଭୁବନେଶ୍ୱର,୨୮ା୧୦: ମଠ ମନ୍ଦିର ସୁରକ୍ଷା ପାଇଁ ଏଣିକି ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’। ନୂଆ ଯୋଜନା...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ପ୍ରତି ରାତିରେ ଭିଣୋଇ ସାଜୁଥିଲେ ସଇତାନ: ଶାଳୀଙ୍କୁ ନିଶା ଦେଇ କରୁଥିଲେ ବଳାତ୍କାର ପରେ…

ଭୁବନେଶ୍ୱର,୨୮।୧୦: ପ୍ରତି ରାତିରେ ଭିଣୋଇ ସାଜୁଥିଲା ନର ରାକ୍ଷାସ। ରାତିରେ ଜାଗ୍ରତ ହେଉଥିଲା ତାଙ୍କର ସଇତାନ ପ୍ରକୃତି। ଶାଳୀଙ୍କ ବିସ୍ବାସରେ ଦେଇ ଚାଲିଥିଲା ବିଷ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri