ସୋରଡା, ୨୧ା୧ (ରଜନୀ ମହାପାତ୍ର): ସୋରଡା ବଡଗଡ ଥାନା ଇଲାକାରେ ପୁଣି ଠାରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ବଡଗଡ ଥାନା ଅନ୍ତରଗତ ଓରା ଗ୍ରାମା ନିକଟରେ ମଇଁଷିଆଟାପ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ଶରୀର ମୃତଦେହ ଉଦ୍ଧାର ହୋଇଛି।
ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତକ ଜଣକ ହେଉଛନ୍ତି ଲେମ୍ଭାକୁମ୍ପା ଗ୍ରାମର କାର୍ତ୍ତିକ ସ୍ଵାଇଁ ବୟସ ପ୍ରାୟ ୫୫। କାର୍ତିକ ମଙ୍ଗଳବାର ସକାଳୁ ଜାଳେଣୀ କଥା ଆଣିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଘରକୁ ବହୁ ସମୟ ଧରି ଆସିନଥିବାରୁ ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ। ଓରା ଗ୍ରାମ ନିକଟ ମଇଁଷିଆଟାପ ଜଙ୍ଗଲରୁ କାର୍ତ୍ତିକଙ୍କ ମରୁତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ।
କାର୍ତ୍ତିକଙ୍କ ଶରୀରରେ ବହୁ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବା ଦେଖି ବଡଗଡ ଥାନାକୁ ଜଣାଇଥିଲେ। ବଡଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ମୃତ କାର୍ତ୍ତିକଙ୍କ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ରାଇବନ୍ଧ ଡମ୍ବୁରୁ ସ୍ଵାଇଁଙ୍କ ହତ୍ୟାର ୪୮ ଘଣ୍ଟା ନ ପୂରିବା ପୂର୍ବରୁ ଏବଂ ଅପରାଧୀ ମାନେ ଧରା ପଡିବାର ୨୪ ଘଣ୍ଟା ଭିତରେ ବଡଗଡ ଥାନା ଅଞ୍ଚଳ ରେ ଆଉ ଗୋଟିଏ ହତ୍ୟା ଘଟଣା ସାମନାକୁ ଆସିଛି।
ତିନି ଦିନ ତଳେ ଏହି ନିକଟରେ ଥିବା କିଛି ସଉରା ଲୋକଙ୍କ ସହ କାର୍ତ୍ତିକଙ୍କ ଜମି ଜମା ପାଇଁ ପାଟିତୁଣ୍ଡ ହୋଇଥିଲା ବୋଲି ନାତି ଦିବ୍ୟ ଲୋଚନ ସ୍ଵାଇଁ କହିଛନ୍ତି। ଆଜି ଦିନ ଦୁଇଟାରେ ଆମେ ଏହି ଜଙ୍ଗଲରେ ମୃତ ଶରୀର ପଡି ଥିବାର ଦେଖିବାକୁ ପାଇଲୁ ବୋଲି ପୁତୁରା ଦିବ୍ୟ ଲୋଚନ ସ୍ଵାଇଁ କହିଛନ୍ତି। ସକାଳ ୮ ଟା ରେ ବାପା ଜଙ୍ଗଲକୁ ଆସିଥିବା ବେଳେ ଆଉ ଘରକୁ ଫେରିନଥିଲେ।
ତେବେ ଦୁଇ ତିନି ଦିନ ତଳେ ବାପାଙ୍କର କିଛି ଲୋକଙ୍କ ସହ ଜମି ଜମାକୁ ନେଇ ଝଗଡା ହୋଇଥିଲା। ଏହି ଘଟଣାକୁ ନେଇ ହତ୍ୟା କାଯାଇଥିବା ପରିବାର ବର୍ଗ ଅଭିଯୋଗ କରୁଛନ୍ତି। କାର୍ତ୍ତିକ କିଛି ଲୋକ ଘୋଷାଡ଼ି ଘୋଷାଡ଼ି ଆଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। କାର୍ତ୍ତିକଙ୍କ ଶରୀରରେ ଅନେକ ଜାଗାରେ କ୍ଷତ ବିକ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ବଡଗଡ ଥାନାକୁ ଖବର ଦେଲା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।