ମୃତ ଝିଅ ୨୧ ଦିନ ପରେ ବଞ୍ଚିଯିବ: ରାତାରାତି ଶବଗୃହ ତାଲା ଭାଙ୍ଗି ନେଇଗଲେ ମୃତଦେହ

ରାଉରକେଲା,୧୭।୩ : ମୋ ଝିଅ ୨୧ ଦିନ ପରେ ବଞ୍ଚିଯିବ। ଝିଅର ମୃତଦେହ  ସହିତ କଥା ହେଉଛି ମା’।  ଝିଅର ମୃତ୍ୟୁକୁ ମାନିନେଇ ପାରୁନି ମା’ । ପୋଲିସକୁ ମୃତଦେହ ନ ଦେଇ ଏକା ଜିଦ୍‌ କରୁଛି ମା’ ମୋ ଛୁଆ ବଞ୍ଚିଯିବ। ପୁଣି ମୋତେ ମା’ ଡାକିବ।
ଏଭଳି ଏକ ଦୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ସୋନାପର୍ବତ ଅଞ୍ଚଳରେ।
ଶନିବାର ଅପରାହ୍ନରେ ଦେବରାଜଙ୍କ ସାଢ଼େ ପାଞ୍ଚ ବର୍ଷର ଝିଅ ସୁହାନିଙ୍କୁ ସାପ କାମୁଡ଼ି ଦେଇଥିଲା । ଦେବରାଜ, ତାଙ୍କ ସ୍ତ୍ରୀ ଓ ବାପା ମନ୍ଦରାଜ ସୁହାନିଙ୍କୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସାରେ ପ୍ରାୟ ୬ଟାରେ ଡାକ୍ତର ସୁହାନିଙ୍କୁ ମୃତ ଘୋଷଣା କରିଥିଲେ ।
ଡାକ୍ତର ମୃତଦେହ ମର୍ଗ ହାଉସ୍‌ରେ ରଖିବା ବ୍ୟବସ୍ଥା କରିଥିଲେ । ମର୍ଗରେ  ମୃତଦେହ ରଖିବା ପ୍ରାୟ ଦେଢ଼ ଘଣ୍ଟା ପରେ ଅର୍ଥାତ ରାତିରେ ଦେବରାଜ ଓ ତାଙ୍କ ସ୍ତ୍ରୀ ମର୍ଗ ହାଉସ୍‌ ତାଲା ଭାଙ୍ଗି ସୁହାନିଙ୍କ ମୃତଦେହ ଘରକୁ ନେଇଯାଉଥିଲେ । ଗେଟ୍‌ରେ ମୁତୟନ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ତାଙ୍କୁ ଧକ୍କା ମାରି ସେଠାରୁ  ମୃତଦେହ ନେଇ ପଳାଇଥିଲେ । ଗୁଣିଗାରେଡ଼ିରେ ବିଷ ଝାଡ଼ି ଦେଲେ ଝିଅ ବଞ୍ଚିଯିବ ବୋଲି ଆଶା କରି ଝିଅର ମୃତଦେହ ନେଇଯାଇଥିଲେ । ରଘୁନାଥପାଲି ଓ ଟାଙ୍ଗରପାଲି  ପୋଲିସ ଦେବରାଜଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ୧୭ ବର୍ଷର ଯୁବକ, ଯିଏ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ କରିଥିଲେ ଯୋଜନା

ଓ୍ବାଶିଂଟନ,୧୪।୪: ଆମେରିକାର ୱିସ୍କିନସନ ରାଜ୍ୟରେ ରହୁଥିବା ମାତ୍ର ୧୭ ବର୍ଷ ବୟସ୍କ ନିକିତା କାସ୍ପଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ ଅଭିଯୋଗ ରହିଛି କି ସେ...

ଚର୍ଚ୍ଚାରେ ଯାତ୍ରା ଜଗତର ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ

ଗଞ୍ଜାମ,୧୪।୪,(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ଦଣ୍ଡ ପର୍ବ l ଦଣ୍ଡନାଟ ଆରମ୍ଭ ହେବା ମାତ୍ରେ ପୁଣି ଚର୍ଚ୍ଚାକୁ ଆସିଯାନ୍ତି ଯାତ୍ରା...

ସୁନାବେଶରେ ଦର୍ଶନ ଦେଲେ ମା’

କେନ୍ଦୁଝର,୧୪।୪, (ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଘଟଗାଁର ମା’ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ଧୁମ ଧୁମ ଧାମରେ ପାଳନ ହେଉଛି। ସକାଳୁ ସକାଳୁ ମା’ଙ୍କ...

ସମୁଦ୍ରରେ ଚାଲୁଥିଲା ନିଶାର ଭୟଙ୍କର ଖେଳ! ୧୮୦୦ କୋଟିର ମାଲ ଦେଖି ଚମକି ପଡିଲା କୋଷ୍ଟଗାର୍ଡ

ନୂଆଦିଲ୍ଲୀ,୧୪।୪: ଭାରତର ଯୁବ ପିଢ଼ି ଏବଂ ଅର୍ଥନୀତିକୁ ନଷ୍ଟ କରିବା ପାଇଁ ଦେଶର ଶତ୍ରୁମାନେ ନିରନ୍ତର ଅନେକ ପ୍ରକାରର ଷଡ଼ଯନ୍ତ୍ର ରଚନା କରୁଛନ୍ତି। ଏହି ଷଡ଼ଯନ୍ତ୍ରଗୁଡ଼ିକରେ...

ତିରୁମାଲା ମନ୍ଦିରରେ ସବୁ କେଶ ଦାନ କଲେ ଉପ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ଜାଣନ୍ତୁ କ’ଣ ରହିଛି କାରଣ

ଅମରାବତି,,୧୪।୪: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ରବିବାର ତିରୁମାଲା ମନ୍ଦିରରେ ତାଙ୍କର ସମସ୍ତ କେଶ ଅର୍ପଣ କରିଛନ୍ତି। ମନ୍ଦିରରେ ତାଙ୍କ...

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪ା୪: ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,...

ୟୁକ୍ରେନ ଉପରେ ଚଳିତ ବର୍ଷର ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ

କ୍ୱିଭ,୧୪।୪: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି। ରବିବାର ୟୁକ୍ରେନର ସୁମି ସହରରେ ଚର୍ଚ୍ଚ ପ୍ରାର୍ଥନା ସମୟରେ ରୁଷୀୟ କ୍ଷେପଣାସ୍ତ୍ରଗୁଡ଼ିକ ଧ୍ୱଂସଲୀଳା...

ସରପଞ୍ଚଙ୍କ ସ୍ବାମୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ

ଦିଗପହଣ୍ଡି,୧୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ସ୍ବାମୀ ପିଣ୍ଟୁ ସେଠୀଙ୍କୁ ଦିଗପହଣ୍ଡି କେନାଲ ସାହିରେ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image