Categories: ଜାତୀୟ

ମୃତ୍ୟୁ ସଂଖ୍ୟା ଉପରେ ଆଲୋଚନା କରି କିଛି ଲାଭ ନାହିଁ : ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୪ : ବର୍ତ୍ତମାନ ସଙ୍କଟ ସ୍ଥିତିରେ କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ଆଲୋଚନା କରିବାର ଆବଶ୍ୟକତା ନାହିଁ। ଅଧିକ ସଂଖ୍ୟାରେ ଆକ୍ରାନ୍ତମାନେ କେଉଁ ଭଳି ଆରୋଗ୍ୟ ଲାଭ କରିବେ, ତାହା ଉପରେ ଗୁରୁତ୍ୱ ଦେବା ଦରକାର। ଏଭଳି ମନ୍ତବ୍ୟ ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର।

ରାଜ୍ୟରେ ସରକାରୀ ସ୍ତରରେ ଦର୍ଶାଯାଉଥିବା କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟାଠାରୁ ପ୍ରକୃତ ସଂଖ୍ୟା ଢେର ଅଧିକ ଥିବା କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏ ସମ୍ପର୍କରେ ପ୍ରଶ୍ନ କରିବାରୁ ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଥିଲେ, ମୃତ୍ୟୁ ପରେ କେହି ଫେରନ୍ତି ନାହିଁ। ଆମେ ସଭିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛୁ। ପ୍ରକୃତ ମୃତ୍ୟୁ ସଂଖ୍ୟା ଅଧିକ କିମ୍ବା କମ୍‌, ତାହା ଉପରେ ଆଲୋଚନା କରି କିଛି ଲାଭ ନାହିଁ।

Share