ହତ୍ୟା କରିଥିବା ସ୍ଥାନ ଦେଖାଇଲେ ଅଭିଯୁକ୍ତ, ଯୁବକଙ୍କ ଦରପୋଡ଼ା ମୃତଦେହ ଜବତ

କେସିଙ୍ଗା,୧୩।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ଗୋଦାମର ବୁଦା ନିକଟରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗାଁର ଶଶି କମ୍ପା ବୋଲି ଜଣାପଡ଼ିଛି। ସେ ଗତ ୧୧ ତାରିଖରୁ ନିଖୋଜ ଥିଲେ। ଏନେଇ ଶଶିଙ୍କ ବଡ଼ ଭାଇ ଦୁର୍ଯ୍ୟୋଧନ କମ୍ପା ଏମ୍‌.ରାମପୁର ଥାନାରେ ଅଭିଯୋଗ କରିଥିଲେ। ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା କୁହାଯାଉଛି। ଘଟଣାରେ ଦୁଇ ଅଭିଯୁକ୍ତ ତ୍ରିଲୋଚନ ସାହୁ ଓ ସୁରେନ୍ଦ୍ର ସାହୁଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କୁ ପଚରାଉଚରା କରାଯିବା ପରେ ସେମାନେ ହତ୍ୟା କରିଥିବା ଜାଗା ଦେଖାଇଛନ୍ତି। କେସିଙ୍ଗା ରେଳ ଷ୍ଟେଶନରୁ ୧ କିମି ଦୂରରେ ଥିବା ମୁଷା ଘାଟି ନିକଟରେ ଅଧା ଦରପୋଡ଼ା ମୃତଦେହକୁ ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। କେସିଙ୍ଗା ଏସ୍‌ଡିପିଓ ଓ ଏସ୍‌. ସୁଶ୍ରୀଙ୍କ ତତ୍ତ୍ୱାବଧାନରେ ଭବାନିପାଟଣାରୁ ଏକ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି। ଥାନାରେ ଏନେଇ ମାମଲା(ନଂ ୭୯/୨୧) ରୁଜୁ ହୋଇ ତଦନ୍ତ ଜାରି ରହିଛି।

Share