ସବୁଠୁ ଘାତକ ସମୟ

୨ରେ ପାଲେଷ୍ଟିନୀୟ ଟିଭି ଚ୍ୟାନେଲ ପାଇଁ କାମ କରୁଥିବା ମୋହମେଦ୍‌ ଅବୁ ହତାବ୍‌ ଓ ତାଙ୍କ ପରିବାରର ୧୧ ସଦସ୍ୟଙ୍କୁ ଦକ୍ଷିଣ ଗାଜାର ଖାନ୍‌ ୟୁନିସ୍‌ ସହରରେ ବୋମାମାଡ଼ କରି ହତ୍ୟା କରାଯାଇଥିଲା।
୧୩ରେ ରଏଟର୍ସ ଖବରଦାତା ଇସାମ୍‌ ଅବ୍‌ଦାଲହଙ୍କୁ ଇସ୍ରାଏଲ ସୀମାରେ ଆଇଡିଏଫ୍‌ ସୈନ୍ୟ ଟାର୍ଗେଟ କରି ହତ୍ୟା କରିଥିବା ଗଣମାଧ୍ୟମ ଜଗୁଆଳି ସଂସ୍ଥା ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ ତଦନ୍ତରୁ ଜାଣିବାକୁ ପାଇଥିଲା।
ଇସ୍ରାଏଲୀ ସେନା ଲେଖିଥିବା ଏକ ପତ୍ରରେ ଉଲ୍ଲେଖ କରିଛି ଯେ, ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲର ସାମରିକ ଅଭିଯାନକୁ ନାଗରିକ ଓ ଖବରଦାତାଙ୍କ ନିକଟକୁ ଟାଣିନେଇଥିବାରୁ ରିପୋର୍ଟରମାନଙ୍କ ସୁରକ୍ଷା ଗ୍ୟାରେଣ୍ଟି ଦିଆଯାଇପାରିବ ନାହିଁ।
ଯୁଦ୍ଧର ଟ୍ରାକିଂ କରୁଥିବା ସିପିଜେ କହିଛି, ସଦ୍ୟ ସଂଘର୍ଷର ପ୍ରଥମ କିଛି ସପ୍ତାହ ଅନେକ ଦଶନ୍ଧି ଭିତରେ ଖବରଦାତାମାନଙ୍କ ପାଇଁ ସବୁଠୁ ଘାତକ ସମୟ।
ଆପରାଧିକ ଅଦାଲତ (ଆଇସିସି) ପାଲେଷ୍ଟିନୀୟ ଖବରଦାତାମାନଙ୍କ ମୃତ୍ୟୁର ତଦନ୍ତ କରିବା ଉଚିତ। ଯୁଦ୍ଧ ଆରମ୍ଭରୁ ଗାଜାରେ ୫୦ ଗଣମାଧ୍ୟମ ସଂସ୍ଥା ଅଫିସକୁ ଟାର୍ଗେଟ କରାଯାଇଥିବା ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ ପକ୍ଷରୁ ଦାବି କରାଯାଇଛି।
ଆଇସିସିର ୧୨୩ ସଦସ୍ୟ ରାଷ୍ଟ୍ର ମଧ୍ୟରେ ନ ଥିବା ଇସ୍ରାଏଲ କହିଛି, ଏହି ଯୁଦ୍ଧକୁ ନେଇ ତଦନ୍ତ କରିବା ଆଇସିସିର କ୍ଷମତା ପରିସରଭୁକ୍ତ ନୁହେଁ।

Share