Categories: ଜାତୀୟ

କେନ୍ଦ୍ରକୁ ଡିସେମ୍ବର ୩୧ ଯାଏ ମହଲତ

ନୂଆଦିଲ୍ଲୀ,୩୦ା୧୦(ପି.ଟି.):ଭାରତୀୟ ନୌସେନାରେ ମହିଳା ଏସ୍‌ଏସ୍‌ସି ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟର କାର୍ଯ୍ୟକାରିତା ହୋଇ ନ ଥିବାରୁ ଅଦାଲତ ଗୁରୁବାର ଏହାର ସମୟସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୁରୁଷ ଓ ମହିଳା ଅଫିସରମାନଙ୍କୁ ସମାନ ସୁଯୋଗ ମିଳିବା ଉଚିତ। ନୌସେନାରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପ୍ରକ୍ରିୟା ୩ ମାସ ମଧ୍ୟରେ ଶେଷ କରିବାକୁ ସର୍ବୋଚ୍ଚ ଅଦାଲତ ଗତ ମାର୍ଚ୍ଚରେ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। କରୋନା ମହାମାରୀ କାରଣରୁ ସମୟସୀମା ୬ ମାସ ବଢ଼ାଇବାକୁ ଗତ ଜୁନ୍‌ରେ କେନ୍ଦ୍ର ପକ୍ଷରୁ ଆବେଦନ କରାଯାଇଥିଲା। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସମୟସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି।

Share