ବାଘ ଛାଲ ବିକ୍ରି ପାଇଁ ହେଉଥିଲା ଡିଲ୍‌, ଧରାପଡ଼ିଲେ ଯୁବକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଭୁବନେଶ୍ୱରର ବରମୁଣ୍ଡାରେ କଲରା ପତରିୟା ବାଘ ଛାଲ ବିକ୍ରି ପାଇଁ ମଙ୍ଗଳବାର ଡିଲ୍‌ ଚାଲିଥିଲା। ଏହି ସମୟରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବାଘ ଛାଲ ଜବତ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ପ୍ରଶାନ୍ତ ନାୟକ। ପ୍ରଶାନ୍ତଙ୍କ ଘର ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ । ପ୍ରଶାନ୍ତ ବାଇକ ଡିକିରେ ଛାଲ ରଖି ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଧରାପଡ଼ିଥିଲେ। ତେବେ ସେ ରାଜଧାନୀର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଡ୍ରାଇଭର ଭାବେ କାମ କରୁଥିବା ଏସଟିଏଫ୍‌ ପକ୍ଷରୁ ସୂଚନା ମିଳିଛି।

Share