ବାଘଛାଲ, ହାତୀ ଦାନ୍ତ ବିକ୍ରି ପାଇଁ ଚାଲିଥିଲା ଡିଲ୍‌: ପହଞ୍ଚିଲା ଏସ୍‌ଟିଏଫ୍‌

ଦେବଗଡ଼,୭।୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ନିକଟସ୍ଥ ୪୯.ଜାତୀୟ ରାଜପଥରୁ ଏକ କଲରା ପତରିଆ ବାଘ ଛାଲ, ଏକ ହାତୀ ଦାନ୍ତ ଏବଂ ୧ କେଜି ୭୭୦ ଗ୍ରାମର ବଜ୍ରକାପ୍ତା କାତି ଜବତ ହୋଇଛି। ଏହ ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଦେବଗଡ଼ ଥାନା ବରଘାଟ ଗ୍ରାମର ମଦନ ଜୟପୁରିଆ। ରାଜପଥରେ ଡିଲ୍‌ ଚାଲିଥିବା ବେଳେ ଏସ୍‌ଟିଏଫ ଏବଂ ବନବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ତେବେ ଏହି ଘଟଣାରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଛି ।